ରଙ୍ଗ - ବଳବନ୍ତ ସାହୁ

ରଙ୍ଗ - ବଳବନ୍ତ ସାହୁ

ଥାଇପାରେ ଭାତର ରଂଗ ; ଭୋକର ରଂଗ କଣ ?
ଥାଇପାରେ ଧନର ରଂଗ ; ମନର ରଂଗ କଣ ?
ଥାଇପାରେ ରକ୍ତର ରଂଗ ; ସଂପର୍କର ରଂଗ କଣ ?
ଥାଇପାରେ ଗୋଲାପର ରଂଗ ; ପ୍ରେମର ରଂଗ କଣ ?
ଥାଇପାରେ ଛାତିର ରଂଗ ; ତାତିର ରଂଗ କଣ ?
ଥାଇପାରେ ହୃଦୟର ରଂଗ ; ଭୟର ରଂଗ କଣ ?
ଥାଇପାରେ ଚିଠିର ରଂଗ ; ଭାବର ରଂଗ କଣ ?
ଥାଇପାରେ ଫୁଲର ରଂଗ ; ବାସନାର ରଂଗ କଣ ?
ଥାଇପାରେ ଓଠର ରଂଗ ; ଦାଗର ରଂଗ କଣ ?
ଥାଇପାରେ ଆଖିର ରଂଗ ; ଅସହାୟର ରଂଗ କଣ ?
ଥାଇପାରେ ଆଲୁଅର ରଂଗ ; ଅଂଧାରର ରଂଗ କଣ ?
- - - - - - - - - - - - - - - - - - - - - - - - - - - - -
ବାସ୍...ଆଉ ଲାଖନାହିଁ ପ୍ରଶ୍ନବାଣ
ତମେ କଣ ଜାଣିନ ?
ପ୍ରତି ପ୍ରଶ୍ନରେ ହିଁ ଲୁଚିରହିଥାଏ ବୋଲି ଉତ୍ତର ।

ଭାବିପାର ; 
ତମେ ଇଂଦ୍ରଧନୁ ସୁମଧୁର ମଧୁଗୀତି
ମୁଁ' ରଂଗହୀନ ଆହତ ପ୍ରଜାପତି ।

ବଳବନ୍ତ ସାହୁ ( ବବଲୁ )
ମୋ-9078105234/7978261746

0 Comments