ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପୁରୁଷଙ୍କୁ ପଦେ - ଦିପ୍ତୀଲେଖା ମିଶ୍ର

ପୁରୁଷଙ୍କୁ ପଦେ - ଦିପ୍ତୀଲେଖା ମିଶ୍ର


ନାରୀ ନୁହଁ ପୁରୁଷଙ୍କ
ଘରର ଚାକର
କି ନାରୀ ନୁହଁ ତୁମ
ବର୍ଜ୍ୟବସ୍ତୁ ଘରର
ନଚାଇବ ତୁମ ଇଛାରେ ॥
ନାରୀଙ୍କୁ ଦେବା ଶିଖ ଯଥେଷ୍ଟ ସମ୍ମାନ
ତା ହେଲେ ବଜାୟ
ରହିବ ତୁମ ସ୍ବାଭିମାନ ॥
ତୁମେ ତୁମ ପତ୍ନୀର
ଆସନରେ ରହି ଦେଖ
କଣ ଦେଇପାରିବ
ତୁମେ ତାଙ୍କୁ ସେତିକି ସୁଖ ॥
ତୁମ ସକାଳ ଚାହା ରୁ ଆରମ୍ଭ
ରାତିର ଶେଯ ପପାରିବା ଶେଷ
ଏସବୁ ନାରୀର ହିଁ କର୍ତ୍ତବ୍ଯ
କାହିଁକି ନୁହଁ ପୁରୁଷର
ଥରେ ତ ଚିନ୍ତା କର ॥

ଦିପ୍ତୀଲେଖା ମିଶ୍ର
ଗୋଈଲୁଣ୍ଡି, ବ୍ରହ୍ମପୁର

0 Comments