ପ୍ରିୟା - ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ପ୍ରିୟା - ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ପ୍ରିୟା, ମୋ ପ୍ରିୟା ••• । ( ସ୍ଥାୟୀ )

ସ୍ମୃତି ଚିହ୍ନ ସବୁ ଲୁଚେଇଛି ହୃଦୟରେ,
ତୁମ କଥା ଭାବି ଓଦା ହୁଏ ଆଖି ପ୍ରତି ସଞ୍ଜ ବିରହରେ ।

କେମିତି କହିବି କୁହ ? ବଞ୍ଚିତ କଲ ସ୍ନେହ ।
ତୁମ ବିନା ଆଜି
ଏକା ଏକା ବସି
ନିରବରେ ଢାଳେ ଲୁହ ••• ।

ଭଲପାଏ ବୋଲି କହି ପାରିଲିନି, ପ୍ରିୟା
ତିଳେ ଦୁଃଖ ନାହିଁ ବୁଝି ପାରିଲନି ହୃଦୟକୁ ମୋର, ପ୍ରିୟା ।
ଅତୀତର ଦିନ ସେ ମିଠା ସପନ ମନେପଡେ ସବୁ, ପ୍ରିୟା
ପହିଲି ପରଶ କରିଥିଲା ଦାସ, ପ୍ରିୟା ।। ( ଅନ୍ତରା )

ତୁମ ସ୍ବପ୍ନ ଦେଖି ଉଜାଗରେ ପାହେ ରାତି,
ଫେରିବ ବୋଲିଣ ଆଜିବି ତଥାପି ଅନାଇଁ ରହିଛି ସାଥୀ ।

ହସର ସହରେ ଥାଇ, ବହୁଛି ଲୋତକ ନଈ ।
ଅସହ୍ଯ ଯନ୍ତ୍ରଣା
ନିଇତି ପାଉଛି
ଖୁସି ଟିକେ ପାଉନାହିଁ ••• ।

ପହିଲି ଦେଖାରୁ ଧନବାନ୍ କଲ, ପ୍ରିୟା
ଭଲ କଥା କହି ମନ ଛାତି ତଳେ ଜାଗା ବନେଇଲ, ପ୍ରିୟା ।
ନିରବ ପରାଣେ ମଧୁ ରଙ୍ଗ ଲେପି ହସ ଫୁଟାଇଲ, ପ୍ରିୟା
ଯଉବନ ସ୍ବାଦ ତୁମେ ଚଖାଇଲ, ପ୍ରିୟା ।। ( ଅନ୍ତରା )

ଗଲାବେଳେ ପଦେ କହିଲନି ମନ କଥା,
ତୁମ ନିରବତା ଆଜିବି ହୃଦୟେ ଭରୁଛି ସହସ୍ର ବ୍ଯଥା ।

ଧୋକା କିଆଁ ଦେଲ କୁହ ? ଶୀହରି ଯାଏ ମୋ ଦେହ ।
ତୁମେ ଗଲା ପରେ
ହୃଦୟ - ଆଖିରେ
ଚାରିଆଡେ ଖାଲି ଲୁହ ••• ।

ମନ ପ୍ରାଣ ଦେଇ ଭଲ ପାଉଥିଲି, ପ୍ରିୟା
କେଉଁ ଅପରାଧେ ଏତେ ଶାସ୍ତି ଦେଲ ବୁଝି ପାରିଲିନି, ପ୍ରିୟା ।
ଜୀବନେ କେବେବି ଭାବି ମୁଁ ନଥିଲି ତୁମେ ପୀଡା ଦେବ, ପ୍ରିୟା
ଯାଯାବର ସାଜି ଦୁଃଖେ ସଢେ ଆଜି, ପ୍ରିୟା ।। ( ଅନ୍ତରା )

ମୁଖ୍ୟ ସଂପାଦକ
ପ୍ରେମ
ଏକ ପରିବର୍ତ୍ତନର ସ୍ବର •••
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ପିନ୍- ୭୬୮୧୦୮
ମୋ- 09668242720

Sent from my Samsung Galaxy smartphone.

0 Comments