"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ପ୍ରିୟା ପାଇଁ - ସନ୍ତୋଷ ପଟ୍ଟନାୟକ

ପ୍ରିୟା ପାଇଁ - ସନ୍ତୋଷ ପଟ୍ଟନାୟକ

ଯାଅ ନାହିଁ ଋଷି  ଆଲୋ ପ୍ରିୟ ସଖି
             ପାହିପାହି ଯାଏ ରାତି
  ଅଳପ ହସରେ ନରମ ହାତରେ
               ଢାଳି ଦିଅ ତୁମ ପ୍ରୀତି .....
    ତୁମରି ରୂପର ହାଟରେ ମୁଁ  ଆଜି
             ଦେବି ତୁମ ପ୍ରେମ ମୂଲ
       ତୁମରି ଦେହର କୁଆଁରୀ ମନରେ
               ଢାଳିବି କାମନା ଝୁଲ.....
        ଆସ ଶୁଣିଯାଅ ପ୍ରିୟତମା ମୋର
                    ମନକୁ ମୋହିବି ତୁମ
          ବିରହ ବେଦନା ସହି ହେଉନାହିଁ
               ଭାଙ୍ଗିଦିଅ ସେ ଗୁମାନ ......✉

✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ  ।

0 Comments