ମୋ ପ୍ରତିକ୍ଷା - ରମାକାନ୍ତ ବେହେରା

ମୋ ପ୍ରତିକ୍ଷା - ରମାକାନ୍ତ ବେହେରା

ମୋ ପ୍ରତିକ୍ଷାର ଅନ୍ତ କେବେ ଘଟିବ,
ମୋ ହୃଦୟର କଥା  କେବେ ଜାଣିବ,
ହଁ ଏମିତି ତ ଅନେକ ଆସିଛନ୍ତି ଏ ଜୀବନେ
ହେଲେ ତମ ପାଖେ ମୁ ଅଟକି ଯାଇଛି,
ଏମିତି ଅନେକ ଆସିଛନ୍ତି ଏ ସପନରେ
ହେଲେ ତୁମ ସ୍ଵପ୍ନ ମୁ ଏବେ ବି ଦେଖୁଚି,
କୁହ ତୁମେ କେବେ ଆସିବ
ମୋ ପ୍ରତିକ୍ଷାର ଅନ୍ତ କେବେ ଘଟିବ,
ମୁ ଏବେ ବି ତୋ ବାଟ କୁ ଚାହିଁଛି,
ମୁ ଆଜି ବି ତୋତେ ଭଲ ପାଉଛି,
ମୁ ଆଜି ବି ସେଇ ସ୍ମୃତି ମୁଠେଇ ରଖିଛି,
ମୋର ଆଜି ବି ସେ ଦିନ ସବୁ ମନେ ପଡୁଛି,
ହଁ ଫରକ ଏତିକି
ତୁ  ଭଲ ପାଇ ଭୁଲି ଯାଇଛୁ ,
ତୁ ପ୍ରେମ କରି ଧୋକା ଦେଇଚୁ,
ତଥାପି ମୁଁ ତୋ ବାଟ ଚାହିଁ ବସିଛି,
କାହିଁକି ଜାଣିନି
ଏବେ ଉତ୍ତର ବି ଖୋଜି ପାଉନି,
ଆଜିକାଲି ଶୀତ ରେ ବି ଝାଞ୍ଜି ବହୁଛି
ବୋଧେ ଋତୁ ବି ତୋ ଭଳି ବଦଳି ଯାଇଛି,
ବୋଧେ ପ୍ରକୃତି ବି ଏବେ ଦାଉ ସାଧୁଛି,
ମୁ କଣ କରିବି
ସେଥିପାଇଁ ଥୁଣ୍ଟା ବରଗଛ ପରି
ତୋ ବାଟକୁ ପ୍ରତିକ୍ଷା କରିଛି,
ମୁ ଜାଣେନା ତୁ ମୋ ପାଇଁ କଣ ଭାବୁଚୁ
ମୁ ଜାଣେନା ତୁ ମୋ ବିନା କଣ ଚାଁହୁଚୁ,
ମୁ ଭୁଲିବାକୁ ଚାଁହୁଛି ତୋତେ
ହେଲେ ଭୁଲି ପାରୁନି,
ବୁଝି ପାରେନା ମୁ କଲମ ଧରିଲେ
ତୋ କଥା କାଇଁ ମନେ ପଡେ,
ଅଙ୍କ କଷୁ କଷୁ
ତୁମ ଛବି ଆଙ୍କି ହୋଇଯାଏ,
ଏବେ ବୁଝୁଚି ଖାଲି ମୁ ନୁହଁ
ମୋ କଲମ ବି ତୁମକୁ ଝୁରୁଛି,
ଏବେ ସେ ଶ୍ୟାହି
ତୁମ ସ୍ମୃତି ରେ ଭିଜିକି ରହିଛି,
ପଦୁଟିଏ କହୁଛି
ତମେ ମୋତେ ଭଲ ପାଉଚ କି ନାଇଁ ମୁ ଜାଣିନି,
ତମେ ମୋତେ ଚାହିଁ ବସିଛ କି ଭାବୁନି,
ଯେତେ ଦିନ ଯାଏ ନିଶ୍ୱାସ ଚାଲିବ
ସେତେ ଦିନ ଯାଏ ମନ ତୋ କଥା ଭାବିବ,
ତଥାପି କହୁଛି ମନ ମୋ ମାନୁନି
ମୋ ପ୍ରତିକ୍ଷାର ଅନ୍ତ କେବେ ଘଟିବ ।

ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ

0 Comments