ଶିଶୁ କବିତା - ପ୍ରତିଭାରେ ଭିନ୍ନତା - ନାରାୟଣ ଚନ୍ଦ୍ର ସେନାପତି

ଶିଶୁ କବିତା - ପ୍ରତିଭାରେ ଭିନ୍ନତା - ନାରାୟଣ ଚନ୍ଦ୍ର ସେନାପତି

ଦିନକର ଏକକଥା
ଗୁଣ୍ଡୁଚିମୂଷାଟେ ଥିରିଥିରିକରି
ମନ ଉଲ୍ଲାସରେ
ଚଢିଲାପାହାଡ ମଥା ।
ରାଗ ତମ ତମେପାହାଡ ଗରଜି
କହିଲା ଆଲୋହେ ଗୁଣ୍ଡୁଚିମୂଷା
ଏଡିକି ବକଟେ ଓଉକାତ ଭୂଲି
ବଡ ସାହାସରେ
 ଗଢୁଛୁ ମୋ ଦେହେ ବସା ।
ମୋ ସାଥେ ହେବୁ କି ସମ
ଫୁଙ୍କିଦେଲେ ତୁହି ଆକାଶେ ଉଡିବୁ
ଜାଣିଛୁ ଶକତି ମମ ।
ଗୁଣ୍ଡୁଚି ମୂଷାଟି କାନ୍ଦି କହିଥିଲା
ନିଶ୍ଚେ ତୁମେ ଖୁବ୍ ବଡ
ପାରିବ କୋଳିରୁ ଚୋପାଟେ ଛଡାଇ
ଦେଖାଉଛ ଏତେ ତୋଡ !
ଲାଜରେ ପାହାଡ ଗମ୍ଭୀର ହୋଇ
ନୂଆଁଇଲା ତାର ମଥା
ମୂଷାଟି କହିଲା, ରାଗିଲକି ବନ୍ଧୁ....
ଦୁଃଖ କର ନାହିଁ ......
ଇଏ କ'ଣ ଗୋଟେ କଥା,
ସଭିଙ୍କର ବୁଦ୍ଧି ସମାନ ନ ଥାଏ
ସବୁରେ ସଭିଙ୍କ ଦକ୍ଷତା ନ ଥାଏ
ପ୍ରତିଭାର ଏ ଭିନ୍ନତା
ଗର୍ବ ଅହଂକାର ଖର୍ବ ହେବା ପାଇଁ
ସୃଷ୍ଟିର ଏ ବିଭିନ୍ନତା ।

        ନାରାୟଣ ଚନ୍ଦ୍ର ସେନାପତି 
            ଜମ୍ଭରା,କେନ୍ଦୁଝର
         
   

0 Comments