ଫୁଲରାଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଫୁଲରାଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଅଳି ଗୁଞ୍ଜନ ତାନେ , ଅନୁଢା କଳୀ ହେଲା ବିକଚିତ
ପୁଷ୍ପ ଧନୁ ଘାତେ ତନୁ  ,ଜେହ୍ନେ ହୁଏ ରୋମାଞ୍ଚିତ 
ମଧୂ ଶୋଷଇ ମଧୂପ
ପରାଗ ରେଣୁ ବୁଣେ , ପରାଗ ସଂଗମରେ ,  ହୁଏ ବିଭୋରିତ  ।।
ମଧୂଚୋର ଲମ୍ପଟ , ମଧୂଲୀଟ,ଭୃଙ୍ଗ ନାଗର
ବିଟପୀ କି ଖୋଜଇ ? , ରୂପ ସୁନ୍ଦର ଅସୁନ୍ଦର
ସେ ଅର୍ଥେ କଳା ଭ୍ରମର
ଫୁଲେଇ ଫୁଲ ଗଣ୍ଡେ , ଆବେଗେ ଚୁମ୍ଵେ ଲଭେ  , ଅଙ୍ଗ ସଙ୍ଗ ତାର   ।।
ମଧୂମକ୍ଷୀ କୁସୁମେ , ପ୍ରେମ ରେ କରଇ ରମଣ
ଶୋଷିନିଏ ତା ସାତ , ସାଇତା ଯଉବନ ଧନ
ରସ ସୁଖିଗଲେ  ଫୁଲେ
ପୂରୁବ ତା ସରାଗ , ପୀରତି ଭୂଲି ଭୃଙ୍ଗ , ରମେ ଅନ୍ୟ ତୁଲେ     ।।
ଧର୍ଷୀତା ଅଳି କଳି , ମାଳି ନେଇଥାଏ ରେ ତୋଳି
ଦେବତା ଗଳେ ଗଜରା , ସ୍ତବକ ସେ ସୁକୁମାରୀ
ସତୀ ରାଣୀ ଫୁଲ ରାଣୀ
ମହ ମହ ମହକ ,  କରେ ପବିତ୍ର,ଦେବ , ଭୋଗ୍ୟା ସୁହାସିନୀ   ।। 
ତାର କୋମଳ କାନ୍ତି , ଦଳ ନନା ରଙ୍ଗରେ ଶୋଭିତ
ଝୁଲୁଥାଏ ପାଦପେ , ବୃନ୍ତେ ଶୋଭା କରି ବିଶୋଭିତ
ତା ହସେ ହସେ ଜଗତ 
ପ୍ରଫୁଲ୍ଲ ସୁମନରେ , ସୁମନ ପଭୁ ପଦେ , କରେ ସମର୍ପିତ   ।।


0 Comments