ଫଗୁଣ ଝୁରୁଛି - ପ୍ରଣତି ମହାପାତ୍ର

ଫଗୁଣ ଝୁରୁଛି - ପ୍ରଣତି ମହାପାତ୍ର


ଆସିଛି କି ଫଗୁଣ ପଡୁ ନାହିଁ ଜଣା
ତଥାପି ପାରୁଛି ଜାଣି,
ହସିହସି ସିଏ ନେବ ଆଉ ଥରେ
ତା କୋଳକୁ ମୋତେ ଟାଣି।
ସେ ଫଗୁଣ ଆସିଛି ବସନ୍ତକୁ ନେଇ
ନାନା ଫୁଲର ସମ୍ଭାରେ,
ବସନ୍ତ ହସୁଛି ଆମ୍ରଡାଳେ ପୁଣି 
କୋକିଳ କୁହୁ ତାନରେ।
ଫୁଲେଇ ଫଗୁଣ ନାନା ରଙ୍ଗ ବୋଳି
ସଭିଙ୍କୁ କରୁଛି ମତୁଆଲା,
ହେଲେ ,
ଆସିନି ଫଗୁଣ ବସନ୍ତକୁ ନେଇ
ଛୁଇଁ ନାହିଁ ମୋ ଗାଆଁ।
ଯେମିତିକା ଥିଲା ମୋ ଗାଆଁରକୋଳ
ଆଜି ବଦଳିଛି ଚିତ୍ର ତା'ର,
ଆଗଭଳି ଆଉ ନାହିଁ ସେ ମଉଜ
ନାହିଁ ଖୁସିର ଜୁଆର।
ନୀରବି ଯାଇଛି ଯୁଗ ତାଡ଼ନାରେ
ରୁଷିଛି ରଙ୍ଗ ଅବିର,
ଦୋଳ କି ମେଳଣ ବିମାନର ଶୋଭା
ଆସୁନି ସେ ପଟୁଆର।
ଖାଇବାକୁ ନେଇ ବଞ୍ଚୁଅଛି କିଏ
ବଞ୍ଚିବାକୁ କେ ଖାଉଛି,
ବାରମାସେ ତେର ପୁନେଇ ପର୍ବକୁ
ମୋ ଗାଆଁ ଖାଲି ବାହୁନୁଛି।
ଆଜି ଫଗୁଣ ବି ଝୁରୁଅଛି।

ପ୍ରଣତି ମହାପାତ୍ର, ବାଲେଶ୍ଵର

0 Comments