OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଫଗୁଣ ଆସିଛି ବଣମଲ୍ଲୀ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଫଗୁଣ ଆସିଛି ବଣମଲ୍ଲୀ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଗୁଣ  ଆସିଲେ   ଭାରି  ଭଲ  ଲାଗେ
      ତମେ  ପାଖେ  ଥିଲେ  ମୋର
ମୁଠିଏ  ଅବିର  ଦେହେ  ବୋଳି   ଦେଲେ
       ସ୍ମୃତି  ହେବ  ମୋ  ପ୍ରେମର   ।
ଅଛୁଆଁ  ଦେହକୁ  ଛୁଇଁ  ଦେବ  ଥରେ
       ପ୍ରୀତି  ରଙ୍ଗ  ଫଗୁ  ନେଇ
ଭିଜା  ଦେହ  ମୋର  ରଙ୍ଗରେ  ଭିଜିବ
       ପ୍ରେମେ  ଆନମନା  ହୋଇ   ।
କୋଇଲି  ରାବିବ  କୁହୁ  କୁହୁ  ତାନେ
         ପ୍ରେମର  ଗଜଲ୍  ନେଇ
ପୂର୍ଣ୍ଣିମା  ରାତିରେ  ପାଶେଥିବ ତମେ
        ଅଭିସାରିକା'ଟି  ହୋଇ ।
ପ୍ରୀତି  ଫଗୁଣର  ପ୍ରେମ  ରଙ୍ଗ  ନେଇ
     ବୋଳି  ଦେବ  ମୋର  ମଥେ
ସିନ୍ଥିର  ସିନ୍ଦୂର  ହୋଇ   ଲାକ୍ଷି  ଯିବ
       ରହିଯିବି  ତମେ  ସାଥେ   ।
ସାକ୍ଷୀ  ରହିଯିବ  ଆମ୍ରକୁଞ୍ଜ  ମୂଳ
    ଚୋରା  ପିରତିକୁ  ନେଇ
ମଳୟ  ପବନ  ବଉଳ  ବାସ୍ନାରେ
    କୋଳେ  ଥିବ  ତମେ ଶୋଇ  ।
ନବ  ମହ୍ଲାରର  ଗୀତ  ଗାଉଥିବ
     କଅଁଳ  ଚୁମ୍ବନ  ଦେଇ
ଅଳସ  ନୟନେ  ସ୍ୱପ୍ନ  ଦେଖୁଥିବ
     କଳା  କାହ୍ନୁ   ଟିଏ  ପାଇଁ      ।
ନିର୍ଲଜ  ଜହ୍ନଟା  ହସୁଥିବ  ଖାଲି
      ଆମ  ଏବନ୍ଧନ  ଦେଖି
ଫୁଲେଈ  ଫଗୁଣ  ନିରବେ  କହିବ
      ହୋଇଲି  ମୁଁ  ତମ  ସାକ୍ଷୀ   ।
     
ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗ
ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ, କଟକ-4
ଦୂରଭାଷ  : 9437740280

0 Comments