ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପାଦ ତଳର ମାଟି - ସନ୍ତୋଷ କୁମାର ମହାନ୍ତି

ପାଦ ତଳର ମାଟି - ସନ୍ତୋଷ କୁମାର ମହାନ୍ତି

ଆଜି ବାରିପଦା ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ଆଗ ଭଳି ଆଉ ଚଳଚଚଂଳତା ନଥିଲା | ନେତା ,କୁଜିନେତା ,ଠିକାଦାର ଓ ଯନ୍ତ୍ରୀ ମାନଂକ ଭିଡ କମିଯାଇଛି,
ଯାହା ପାଇଁ ସାରା ବିଭାଗ ଚଳଚଞ୍ଚଳ ଥିଲା ସେ ଆଜି ଜଡ଼ା ପାଲଟି ଯାଇଛନ୍ତି | ଇଞ୍ଜିନିୟର ସତ୍ୟବ୍ରତ ପୁହାନ କାହାକୁ କଣ କହୁଛନ୍ତି ଓ କରୁଛନ୍ତି ସେ ନିଜେବି
ଜାଣିପାରୁନାହାନ୍ତି | ସତ୍ୟବ୍ରତ ବାବୁଙ୍କ ଅବସ୍ଥା ଦେଖି ସମସ୍ତେ ଖାଲି ଦୁଃଖ ପ୍ରକାଶ କରୁନାହାନ୍ତି ,ଆଗକୁ କାମ ସବୁ କିପରି ଆଗେଇବ ସେ ନେଇ ଚିନ୍ତା କରୁଛନ୍ତି |
ନିଜର ଅତି ଅଲିଅଳି ଝିଅ ସୁନୀତି ଯେ ଏଭଳି ଭୁଲ କରି ବସିବ ଏଇଟା ସତ୍ୟବ୍ରତ ବାବୁ ସ୍ଵପ୍ନରେ କେବେ ଭାବି ନଥିଲେ| ବାପା ହିସାବରେ ତାଂକର ଭୁଲ
ରହିଲା କୋଉଠି ? ଆଜି ସେ ପ୍ରଶ୍ନ ନିଜକୁ ବହୁତ ଥର ପଚାରୁଛନ୍ତି |
ଆଜି ସୁନୀତିର ଭୁଲ ପାଇଁ ଦୁଇଟି ପରିବାରର ମାନ ଦାଣ୍ଡରେ ଗଡୁଛି | ସୁନୀତି ପାଇଁ ସାରା ସହରରେ ସତ୍ୟବ୍ରତ ବାବୁଙ୍କ ସନମାନ ଉପରେ ଆଞ୍ଚ ଆସିଛି |
ଏଇଟା କଣ ତାଂକ ଅଲିଅଳି ଝିଅର ତାଂକ ପାଇଁ ଉପହାର ,ଯାହା ପାଇଁ ଆଜି ସେ ସହରରେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି | ସେ ନିଜେ ବିଷ ଖାଇ ମରିବେ ନା
ନିଜ ଅଲିଅଳି ଝିଅକୁ ଗୁଳି କରି ମାରିବେ ଏ ପ୍ରଶ୍ନ ତାଂକ ମନରେ ଶହେ ଥର ଆସିଲାଣି | ଜୀବନରେ କାହାର କ୍ଷତି ଚାହିଁନଥିବା ଲୋକକୁ ଭଗବାନ ଏପରି ଦୁଃଖ ଦିଅନ୍ତି
ନ| ସୁନୀତି କୁ ଅଧିକ ଶରଧା କରିବା ବୋଧେ ତାଂକର ଭାରି ଭୁଲ ଥିଲା ସେ ବୁଝିପାରୁ ନାହାନ୍ତି |
ପିଲାଟିବେଳୁ ସୁନୀତିର ସବୁ ଅଳିକୁ ପୁହାଣ ବାବୁ ପୂରଣ କରିଛନ୍ତି | କେବେ ତା ମନରେ ଦୁଃଖ ଦେଲା ଭଳି କିଛି କରିନାହାନ୍ତି |ସିଏ ମାଟ୍ରିକ ପାଶ ପରେ
ବି.ଜେ.ବି କଲେଜରେ ପଢିବା ବେଳେ ତାକୁ ହଷ୍ଟେଲରେ ନ ରଖି ଏ ଭଡା ଘରେ ରଖି ପଢ଼େଇ ଥିଲେ | ଝିଅ ଏକ| ରହିଲେ ଅସୁବିଧା ହେବ ବୋଲି ତାର
ଗୋଟେ ସାଂଗକୁ ରଖି ତାର ଖର୍ଚ୍ଚ ସବୁ ସତ୍ୟବ୍ରତ ବାବୁ ବହନ କରୁଥିଲେ | ସୁନୀତି ଭଲ ପଢୁଥିବାରୁ ପୁହାଣ ବାବୁଙ୍କ ମନରେ ଝିଅକୁ ନେଇ ଭାରି ଗର୍ବ ଥିଲା | ଗୋଟିଏ
ବୋଲି ଝିଅ ତା ଢ଼ଂଗରେ ଜିଇବାର ସବୁ ସ୍ଵାଧୀନତା ତାକୁ ଦେଇଥିଲେ |
ସୁନୀତିର ପଢା ସରିବା ପରେ ବାଂଗାଲୋରରେ ସଫ୍ଟୱେର ଚାକିରୀ କରୁଥିବା ପାର୍ଥ ସହ ସୁନୀତିର ବାହାଘର ଖୁବ ଧୂମଧାମରେ କରିଥିଲେ | ପାର୍ଥ ପରିବାର
ତରଫରୁ ସେପରି କିଛି ଯୌତୁକର ଦାବି ନଥିଲା କିନ୍ତୁ ପୁହାଣ ବାବୁ ଝିଅ ବିଦା ବେଳେ ତା ବ୍ୟାଂକ ଖାତାରେ ୧୦ ଲକ୍ଷ ଟଂକା ଜମା ଦେଇଥିଲେ |
ବିବାହ ପରେ ଏମିତି କୋଉ ଦିନ ନାହିଁ ଯୋଉ ଦିନକି ସତ୍ୟବ୍ରତ ବାବୁ ସୁନୀତି ସହ କଥା ହୋଇ ନଥିବେ | ଝିଅ ବିଦାର ୨ ମାସ ଭିତରେ ସତ୍ୟବ୍ରତ ବାବୁ ଓ
ତାଂକ ପତ୍ନୀ ୪ ଥର ଯାଇ ସୁନୀତିକୁ ଭେଟିକି ଆସିଛନ୍ତି |ସମୁଦୀ,ସମୁଦୁଣୀ ଙ୍କ ସହ ସମୟ କାଟି ଆସିଛନ୍ତି | ହୁଏତ ବିବାହ ପୂର୍ବରୁ ଯଦି ସୁନୀତି ତାର ମନକଥା
ଖୋଲିକି କହିଥାନ୍ତା ସତ୍ୟବ୍ରତ ବାବୁ ଝିଅ ର କଥା ରଖିଥାନ୍ତେ କିନ୍ତୁ ବିବାହ ପରେ ସୁନୀତି ଏଭଳି କାଣ୍ଡ କରିବସିବ ଏଇଟା ସତ୍ୟବ୍ରତ ବାବୁଙ୍କ ହଜମ ହେଉ ନଥିଲା |
ସୁନୀତି ଭଳି ଝିଅ ସଂଖା,ସିନ୍ଦୁର ସବୁକୁ ତୁଛ କରି ତା ପ୍ରେମିକ ସହ ଚାଲିଯିବ ଏଇଟା କେବେବି ସତ୍ୟବ୍ରତ ବାବୁଙ୍କ ପାଇଁ ଗ୍ରହଣୀୟ ହୋଇପାରୁନଥିଲା |
ଯୋଉଦିନ ସତ୍ୟବ୍ରତ ବାବୁ ଶୁଣିଲେ ତାଂକ ଝିଅ ଶାଶୂଘର ଛାଡ଼ି ଚାଲି ଯାଇଛି ସେଦିନ ଏ ପୃଥିବୀତା ତାଂକୁ ଭାରି ଓଜନ ଲାଗିଲା ଆଉ ଆକାଶ ତା ଦୁଇ ଫଳ
ହେଲା ଭଳି ଲାଗିଲା | ପାର୍ଥ ଓ ତାର ପରିବାର ନିକଟରେ ସେ ଆଜି ନିଜକୁ ବହୁତ ଦୋଷୀ ମନେ କରୁଥିଲେ | ତାଂକ ଝିଅ କି ଅପରାଧ କରିଛି ସେ ତ ତାଠାରୁ ବି
ବଡ ଅପରାଧ କଲା ଭଳି ଅନୁଭବ କରୁଛନ୍ତି | ଝିଅର ଫେରାର ହେବ ତାଂକୁ ଯାହା ତ ଦୁଃଖ ଦେଇଥିଲା ଯୋଉଦିନ ସୁନୀତି ର ଶାଶୁ ସାମାଜିକ ସଂମାନକୁ ଡରି ବିଷ
ପିଇ ଆତ୍ମହତ୍ୟା କଲେ ସେଦିନ ସତ୍ୟବ୍ରତ ବାବୁ ଆଉ କାନ୍ଦି ପାରିନଥିଲେ | ଆଖିର ଲୁହ ତାଂକର ବରଫ ପାଲଟି ଯାଇଥିଲା |
ସୁନୀତି ଭଳି ଝିଅକୁ ବଂଚିବାର ସ୍ବାଧୀନତା ଦେଇ ସେ କି ପ୍ରକାର ଭୁଲ କରିଛନ୍ତି ତାହା ଆଜି ସେ ଭାବି ନିଜକୁ ଧିକାର କରୁଛନ୍ତି |ନିଜ ଝିଅକୁ ପାଳିବାରେ
କୋଉଠି ଭୁଲ କଲେ ବୋଲି ଆଜି ନିଜ ଆତ୍ମୀୟ ମାନଂକୁ ପଚାରୁଛନ୍ତି | ଯୋଉମାନେ ଅଗ୍ନିକୁ ସାକ୍ଷୀ ରଖି ଗୋଟେ ପୁରୁଷର ହାତ ଧରିବା ପରେ ସୁନାର ସଂସାରକୁ
ଉଜାଡି ଦେଇ ଆଗ ପଛ କିଛି ନଭାବି ନିଜର ପୂର୍ବ ପ୍ରେମିକ ସହ ଚାଲିଯାନ୍ତି ସେମାନଂକ ବିଚାର କୋଉ ଅଦାଲତ ରେ ହେବ ସେକଥା ଭାଳି ହେଇ ସତ୍ୟବ୍ରତ ବାବୁ
ରାତିରେ ଶୋଇ ପାରୁନାହାନ୍ତି |

-- ନବଜୀବନ ସମାଜ
ସଫା, କଟକ - ୭୫୪୦୨୨
Mobile Number-9777766346