OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନିଆଁ - ଘନଶ୍ୟାମ ମହାନ୍ତ

ନିଆଁ - ଘନଶ୍ୟାମ ମହାନ୍ତ


ଏବେ ସବୁଠି ଜଳୁଛି ନିଆଁ
ତୁମଠି,ମୋ'ଠି,ସଭିଙ୍କଠି
ମନରେ,ଦେହରେ,ପେଟରେ,ଆଖିରେ
ଘରେ,ବାହାରେ,ଗାଁରେ,ସହରରେ
ଦେଶ,ବିଦେଶରେ ।
ପେଟର ନିଆଁରେ କିଏ
ବିକି ଦେଉଛି କୋଳର ସନ୍ତାନ
ଦେହର ନିଆଁରେ କିଏ
ବନିଯାଉଛି ରାକ୍ଷସ
ମନର ନିଆଁରେ କାହିଁ
ଛିଣ୍ଡି ଯାଉଛି ମମତାର ଡୋର
ଜଳିଯାଉଛି ଅଲିଅଳି ବୋହୂ
ତ କେଉଁଠି
ଛିଟ୍ କି ପଡୁଛି ନାଭିରୁ ଭୃଣ
ଆଖିର ନିଆଁରେ ଜଳିଯାଉଛି
ଗାଁ-ଗଣ୍ଡା ସହର ।
ଚାରିଆଡେ ଏତେ ନିଆଁଯେ
ଉଠେଇ ହେଉନି ପାଦ
କି' ବଢେଇ ହେଉନି ହାତ
ଆମର ତ ଦରକାର
ଖାଲି ଚୁଲି ମୁଣ୍ଡର ନିଆଁ ଟିକେ
ବାସ୍, ସେତିକି ଯଥେଷ୍ଟ ।

ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ, କେନ୍ଦୁଝର

0 Comments