ନାରୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନାରୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ନାରୀ ସ୍ନେହମୟୀ ନାରୀ ପ୍ରେମମୟୀ ଅତୁଳନୀୟ ତା ପ୍ରେମ
ସଚରାଚର ,ଅମରପୁର ,ଭୂତଳ ପ୍ରତି ଛତ୍ରେ ବିଦ୍ୟମାନ ।
ସର୍ବଂସହା ନାରୀ ମାତା,ଜାୟା,ଭଗ୍ନୀ ଗୃହିଣୀ ଜୀବନେ ତାର
କେତେ ଦୁର୍ବିସହ ସେହି ସିନା ଜାଣେ ଗଢି ତୋଳଇ ସଂସାର   ।।

ନାରୀ ବିନା ପ୍ରେମ ତରୀ କି ଚାଲଇ ସଂସାର ହିଁ ଅସମ୍ଭବ
ଶକ୍ତି ବିନା ଶିବ ଅପୂଜ୍ୟ ଉପଳ ଶକ୍ତି ବିନା ଶିବ ଶବ  ।
ରାଧା ବିନା କୃଷ୍ଣ ଅଧା ବୋଲି ବଂଶୀ ଡାକୁଥାଏ ରାଧା ରାଧା
ଅଗ୍ରେ ଲକ୍ଷ୍ମୀ ପରେ ନାରାୟଣ ଭଜ ପରଂବ୍ରହ୍ମ ନାମ ସୁଧା   ।।

ନାରୀ ମହାଶକ୍ତି ସୁଧାମୟ ସଂଜୀବନୀ ମହୈ।ଷଧି ନାରୀ
ତା ବିନା ଉତ୍ପତ୍ତି ନୁହଇ ସମ୍ଭବ ସେ ସୃଷ୍ଟି ସମ୍ଭାବନା କାରି ।
ଦୁଃଖ ସୁଖ ତାର ଚିର ସହଚର ଛାତିକୁ ପଥର କରେ
ଆଲୋକର ଶିଖା ଦେଖାଏ ବିସ୍ତୃତ ଗହନ ଅନ୍ଧାର କାଳେ   ।।

ସେ କାହାର ଅରି ନୁହେଁ ବୋଲି ନାରୀ ଯାତନା ତାଡନା ଦୁଃଖ
ସହି ,ସେ ନିର୍ବାକ ପାଲଟେ ଜୀବନେ, ସପନ ତା ପାଇଁ ସୁଖ ।
ନାରୀ ପ୍ରଳୟାଗ୍ନି ନାରୀ ବିଧ୍ଵଂସିନୀ ନାରୀ ଲୁହ ଦାବାନଳ
ନାରୀ କ୍ରୋଧେ ଭଷ୍ମ ହୁଅଇ ଜଗତ ସେ ମହା ଭୈରବୀ କାଳ   ।।

ନାରୀ ମହାଶକ୍ତି ମହିଷା ଦୁର୍ଦ୍ଦାନ୍ତ ରାକ୍ଷସ କି ଚଣ୍ଡ, ମୁଣ୍ଡ
ବଦ୍ଧ କରିପାରେ ,ମୋହିନୀ , ଭବାନୀ ରଖିଅଛି ସୁଧା ଭାଣ୍ଡ ।
ଆଜିର ପବିତ୍ର ଲଗନେ ମୋ ମା ମାତୃଜାତି ର ସମ୍ମାନ
କରେ, କବି ଫୁଲ ପ୍ରଫୁଲ୍ଲ ସମର୍ପେ ମୋ ସମର୍ପଣ ଘେନ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments