ମୁକ୍ତି ଦିଅ - ସୁଧାକର ସେଠୀ

ମୁକ୍ତି ଦିଅ - ସୁଧାକର ସେଠୀ



ଶଗଡ ଚାଲୁଛି ତା ବାଟେ ବାଟେ
ନାହିଁ ତାର କିଛି ଖୁଣ
ଜୀବନ ଶଗଡ ବାହିବାକୁ ଯାଇ
ହେଉଛି ମୁଁ ହଇରାଣ।

ବିବେକ ଦହନେ ଅବା ଆନ ମନେ
ପାଉଛି କେତେ ଜାତନା
ଆତ୍ମା ମୋ କାନ୍ଦୁଛି ଅନ୍ତର ଜଳୁଛି
ମିଳୁନାହିଁ କଛି ବାହାନା

ଅସାର ସଂସାରେ ପାଉଛି କଷଣ
ମାୟାର ବନ୍ଧନରେ  ପଡି
ଧରମ କରମ ନିତି ଅନିତି
ସବୁତ ଯାଇଛି ହୁଡି ।

ଜଗତ କରତା ଜଗତ ଇଶ୍ବର
ତବକୁ କିବା ଅଜଣା
ମାୟା ବନ୍ଧନରୁ ମୁକ୍ତି ଦାନକରି
ଦିଅ ହେ ତବ କରୁଣା।
     🌹🌹🌹
ଜମ୍ବେଶ୍ବରପୁର,ବାଲେଶ୍ବର
ଓଡିଶା. ୯୩୩୭୬୮୧୫୨୪
           ******

Sent from my Samsung Galaxy smartphone.

0 Comments