ମୋବାଇଲ ତୋତେ ଦୂରୁ ଜୁହାର - ସିଦ୍ଧେଶ୍ଵର ତ୍ରିପାଠୀ

ମୋବାଇଲ ତୋତେ ଦୂରୁ ଜୁହାର - ସିଦ୍ଧେଶ୍ଵର ତ୍ରିପାଠୀ

ଟୁଇଟର ଦେଖି ଭଲ ଭେଲ ଲେଖି
ହେଇଗଲି ସାମ୍ବାଦିକ
ଫେସ୍ ବୁକୁରେ ସମୟ ସାରିଲି
ଚିହ୍ନିଗଲେ କେତେ ଲୋକ ।

ପ୍ରେମ ପୀରତିରେ ଉବୁଟୁବୁ ହେଲି
ହ୍ଵାଟ୍ସଆପ ଛୁଇଁ
ଭିଡ଼ିଓ କଲ ଅଡିଓ କଲ
ଏ ଆଖିକୁ ନିଦ ନାହିଁ ।

ୟୁଟୁବ ରୁ ଅଭିନେତା ହେଲି
ଟିକଟକ ରୁ ହିରୋ
କେତେ ନୂଆ ନୂଆ ଖଣ୍ଡି ଗୀତ ଗାଇ
ହେଇଗଲି ମୁଁ ସିଙ୍ଗର ।

ଫୋନ ଖାଇଲା ସବୁ ସମୟକୁ
କା ସାଥେ ବନ୍ଧୁତା ନାହିଁ
ମେସେଜ ମେଲ ଚଲୋଉ ଚଲୋଉ
କେତେ ରାତି ଗଲା ପାହି ।

ହିରୋ କରୁ କରୁ ଏଇ ଫୋନଟା
କରିଦେଲା ମୋତେ ଜିରୋ
ହେ ମୋବାଇଲ ଯାଅ ଯାଅ ଦୂରେ
ତୁମକୁ ଦୂରୁ ଜୁହାର ।

ସିଦ୍ଧେଶ୍ଵର ତ୍ରିପାଠୀ

0 Comments