ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୋବାଇଲ୍ ଓ ସିରିୟଲ୍ ଉପାଖ୍ୟାନ - ରବି ପ୍ରଧାନ

ମୋବାଇଲ୍ ଓ ସିରିୟଲ୍ ଉପାଖ୍ୟାନ - ରବି ପ୍ରଧାନ


କେତେ ନାରୀଙ୍କର କଥା,
ଶୁଣି ଘୂରିହେବ ତୁମରି ମଥା,
ତୁମରି ମଥା ଚଳିବାରେ ଯେହ୍ନେ ବୃଥା ।୧।
ସିରିୟଲ୍ ଦେଖୁଥିବେ,
ପିଲାଙ୍କର ଭାଗ୍ୟ ନଷ୍ଟ କରିବେ,
ନଷ୍ଟକରିବେ, ସ୍ୱାମୀସଙ୍ଗେ କଳିହେବେ ।୨।
ରୋଷେଇରେ ନାହିଁ ଧ୍ୟାନ,
ସିରିଏଲ୍ ଦେଖା ତାଙ୍କ ମହାନ,
ତାଙ୍କ ମହାନ, ଖାଦ୍ୟଲାଗେ ସ୍ୱାଦହୀନ ।୩।
ପର ପତି ଆଶ୍ରେକରି,
କଟାଇବେ ଦିନ ତାଙ୍କୁ ଆଦରି,
ତାଙ୍କୁ ଆଦରି,ନିଜ ସ୍ୱାମୀ ଶତ୍ରୁପରି ।୪।
ଫୋନ୍ ଦ୍ୱାରା କଥାହେବେ,
ପୀରତି ବାସନା ନିତି ବାରିବେ,
ନିତି ବାରିବେ, ଖଳବୁଦ୍ଧି ଆଚରିବେ ।୫।
ସତ୍ୟ ଅଟେ ଏ ବଚନ,
କଳିଯୁଗେ କର୍ମ ହୁଅଇ ହୀନ,
ହୁଅଇ ହୀନ,ଶିରୀ ବିନା ଏ ଦାରୁଣ ।୬।
ମନ୍ଦକଥା ଭଲ ଲାଗେ,
ଜର୍ଜରିତ ହୋଇ କହିବେ ରାଗେ,
କହିବେ ରାଗେ,ଭଲ ଏଠି ଭିକ ମାଗେ ।୭।
ମନକୁ ବୁଝାଅ ତୁହି,
ମନ୍ଦ କର୍ମସବୁ ଦୂରରେ ଥୋଇ,
ଦୂରରେ ଥୋଇ,ନ୍ୟାୟ ପଥେ ଥିବ ଚାହିଁ ।୮।

ରବି ପ୍ରଧାନ, ବାଣପୁର, ଖୋରଧା

0 Comments