ମୋ ସ୍ୱପ୍ନରେ ତୁମେ - ଜ୍ଞାନ ରଞ୍ଜନ

ମୋ ସ୍ୱପ୍ନରେ ତୁମେ - ଜ୍ଞାନ ରଞ୍ଜନ


ବାସ୍ତବରେ 
ତୁମେ ମୋର
ନା ମୁଁ ତୁମର
ଆମେ କେହି ନୁହେଁ କାହାର
ତଥାପି 
ଆନ୍ଦୋଳିତ ହୁଏ ହୃଦୟ
ଗଢ଼ିବାକୁ ଉଆସ ସୁନେଲୀ ସ୍ୱପ୍ନର ,
ଆଙ୍କିବାକୁ ଇଛା ହୁଏ ତୁମ ଅସଜଡା କେଶ, 
ପଢିବାକୁ ଇଚ୍ଛା ହୁଏ 
ପ୍ରୀତି ଆଉ ଦୁଷ୍ଟାମୀ ର ଆଖି
ଥିଲେ ଯେତେ ତିରସ୍କାର  ମନେ
ମନ କିନ୍ତୁ କହୁଥାଏ ତୁମେ ମୋ ପ୍ରେୟସୀ
ଆସିବ ଗୋ ସାଥୀ ରଙ୍ଗ ନେଇ 
ଭରିଦେବ ତୁମେ ମୋ ଜୀବନ କଳସୀ।

0 Comments