ମୋ ସାଥୀ - ନିବେଦିତା ମହାପାତ୍ର

ମୋ ସାଥୀ - ନିବେଦିତା ମହାପାତ୍ର

ଜୀବନର ଚଲା ପଥେ ଚାଲୁଥିଲି ଏକା ଏକା
ଅଜଣା ବାଟରେ ହେଲା ତୁମ ସାଥେ ଦେଖା। (୧)
ନିରବ ନିସ୍ତବ୍ଧ ଭରା ଥିଲା ଦୁନିଆଁଟି ମାେ'ର
ଆଗମନେ ତୁମର ଫେରିଲା ଖୁସିର ଜୁଆର। (୨)
କେତେ ଥଟ୍ଟାମଜା ପୁଣି କେତେ ରାଗ ରୁଷା
ମାନ,ଅଭିମାନ,ପ୍ରେମ ସେତ ସଂପର୍କର ଭାଷା। (୩)
 ଶୁଣିବାକୁ ତୁମ କଥା ଲାଗେ ଭାରି ଭଲ
ସରଳ ନିଷ୍ପାପ ସେତ ମୋ ପାଇଁ ଅମୂଲ। (୪)
ନ କହିବି ବୁଝି ପାର ମୋ ମନର ବ୍ୟଥା
କହି ଦେଲେ ଦୂର ହୋଇଯାଏ ସବୁ ଚିନ୍ତା। (୫)
ମୋ ଦୁନିଆଁ ଫିକା ଫିକା ଥିଲା ରଙ୍ଗହୀନ
ତୁମେ ଆସି ଭରି ଦେଲ ରଙ୍ଗର ଫଗୁଣ। (୬)
ପିତା,ମାତା,ଭାଇ,ବନ୍ଧୁ,ଆତ୍ମୀୟ ସଦୋର
ସବୁ ସଂପର୍କ ମଧ୍ଯେ ଶ୍ରେଷ୍ଠ ବନ୍ଧୁତା ତୁମର।(୭)
ଦୂରେ ଥାଇ ବି କରିଛ କେତେ ଉପକାର
ପାରିବିନି କେବେ ଶୁଝି ସେ ଋଣ ତୁମର। (୮)
ବନ୍ଧୁତା ଅମୂଲ୍ୟ ସଂସାରେ ନାହିଁ ତା'ଉପମା
କିଏବା ପାରିବ ବଖାଣି ତାର ଗୁଣ ସୀମା। (୯)
ତୁମପରି ବନ୍ଧୁ ପାଇ ମୋ ଜୀବନ ଧନ୍ୟ
କଥା ଦେଉଛି ତୁମକୁ ରଖିବି ତାର ମାନ। (୧୦)👭

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର, ପୁରୀ

0 Comments