"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ମୋ ଜାତି ମୋ ଭାଷା - ସୂଧାକର ସେଠୀ

ମୋ ଜାତି ମୋ ଭାଷା - ସୂଧାକର ସେଠୀ



ବିଳପି ଉଠୁଛି ହୃଦୟତନ୍ତ୍ରୀ
କିଏ ମାରେ ଶତ ହାତୁଡ଼ି
ଥରିଥରି କିଏ କହୁଛି ଉଠ
ମାତୃଭାଷାର ଏବିଜୟ ଘଡି

ଛିଣ୍ଡିଛି ଶୃଙ୍ଖଳ ଫିଟିଛି କବାଟ
ନାହିଁ କିଛି ବାଧା ପ୍ରତିବନ୍ଧ
ଆମ ମୂଲକରେ ରାଜାରେ ଆମେ
ଆମ ଭାଷା ଆମ ସମ୍ପଦ

ମାତୃଭାଷାର ଜୟଜୟକାରେ
ଗଗନ ପବନ ପ୍ରକମ୍ପିତ
କିଏ କହେ ଏତ ଝଡ ସୁନାମିର
ବଦଳାଇ ଦେବସାରା ଜଗତ

କେତେକେତେ ରଥି କେତେ ମହାରଥି
ଲଢିଥିଲେ  ଭାଷା ଜାତି ପାଇଁ
ସେ ଘଡି ସ୍ମରଣେ ହୃଦହୁଏ ସ୍ଥିର
ମନରେ ଆସେ ସପନ ଅସୁମାରି

ଆଜିର ଦିବସେ ଗର୍ବରେ କହୁଚୁ
ଓଡିଆ ମୋ ମାତୃଭାଷା
ଧନ୍ୟହୋଇଛି ଜନମିଏ ଭୂଖଣ୍ଡେ
ଭୂଲିବି ନାହିଁ ତାର ମମତା।

    ସୂଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
    ୯୩୩୭୬୮୧୫୨୫

Sent from my Samsung Galaxy smartphone.

0 Comments