କ -  କାଶ୍ମୀର ଠାରୁ କନ୍ୟା କୁମାରୀ
                   କୋଟି ଜନତା ଙ୍କ କରମ ଭୂଇଁ
         କର୍ତ୍ତବ୍ୟ ପଥରେ କର୍ମରତ ସର୍ବେ
                    କଳା କୃତି କିର୍ତ୍ତୀ ରହିଛି ଜହିଁ
  ଖ -   ଖଣୀ ଖାଦାନରେ କ୍ଷେତ ଖମାର ରେ
               ଖେଳ ଖୋଦେଇ ରେ ହୋଇ ବିଖ୍ୟାତ
           ଖଦଡ଼ ଓ ଖାକି ପୋଷାକ ପିନ୍ଧନ୍ତି
                      ଖଦଡ଼ କୁ କରି ଜାତି ସଂକେତ
  ଗ-    ଗଙ୍ଗା, ଗୋଦାବରୀ, ସିନ୍ଧୁ, କାବେରୀ
                 ଗୟା ତୀର୍ଥ ଜାଳେ କରିଲେ ସ୍ନାନ
           ଗତ ସ୍ଥିତ ଜନେ ଗତି ମୁକ୍ତି ପାଇ
                  ଗୋଲାକ ଧାମକୁ କଲେ ଗମନ
  ଘ -   ଘନ ବନାନୀର ଘଞ୍ଛ ତରୁ ଲତା
                        ଘନ କୁନ୍ତଳ ର ଘଟଣ ବେଶ
          ଘୁଙ୍ଗୁର ପରାୟେ ଘୂରେ ଗନ୍ଧ ବାହ
                         ଘଟଣ ସବୁଜ ଗାଲିଚା ଘାସ
  ଚ -   ଚର୍ତୁବେଦ ଗାଇ ଚାରି ଧାମ ଯାଇ
                    ଚର୍ତୁବର୍ଗ ଫଳ ଅlହାରୀ ଚିତ୍ତେ
          ଚୈତନ୍ୟ, ଚlତୁକ ଚର୍ଚ୍ଚ ଉପାସକ
                       ଚୈତ ଚନ୍ଦନେ ଚିନ୍ତନ୍ତି ନିତ୍ୟେ
  ଚ୍ଛ -    ଛୁଆଁଛୁତି ଭାବ ଛିନ୍ନ କରି ମନୁ
                      ଛାତିରେ ମିଳାଇ ଦିଅନ୍ତି ଛାତି
           ଛନ୍ଦ,କପଟକୁ ଛି ଛାକର କରି
ଛୋଟ ବଡ ସର୍ବେ ସଭିଙ୍କୁ ପ୍ରୀତି
ଜ - ଜନଗଣ ମନ ଜାତୀୟ ସଙ୍ଗୀତ
ଜଗାଏ ମନରେ ଜାତୀୟ ପ୍ରୀତି
ଜ୍ୟୋତି ବିଜ୍ଞାନରେ ଜ୍ୟୋତିଷ ଙ୍କୁ ଗଣି
ଜାଗତେ ଜlଳିଲେ ଅଲିଭା ଜ୍ୟୋତି
ଝ - ଝଲମଲ କରେ ଝରଣାର ଜଳ
ଝରେ ଦିବା ରାତି ଝଟକେ କାନ୍ତି
ଝାମ୍ପ ଦେଉଥାନ୍ତି ଝିନ ମୀନରାଜି
ଝାସକେତନ ରେ ଝସ ର ଭ୍ରାନ୍ତି
ଟ - ଟଳି ନ ପଡ଼ନ୍ତି ଟକ୍କର ଦିଅନ୍ତି
ଟପ ଟପ ଚାଲି ବୀର ସୈନିକ
ଟପି ନାହିଁ କେହି ଟପି ଯିବେ ନାହିଁ
ଟାଣ କରିଛନ୍ତି ଜାତିର ଟେକ
ଠ - ଠାକୁର ଯାହାର ଠୁଠା କଳେବର
ଠୁଳ କରିଛନ୍ତି କରୁଣା ଥୋକେ
ଠୋସ ମନରେ ଠାକୁର ପୂଜିଲେ
ଠିକଣା ସମୟେ ଦିଅନ୍ତି ଥୋକେ

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305