ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୋ ଭରତ ମହାନ୍ - ବର୍ଣ୍ଣାନୁପ୍ରାସ - ସ୍ଵର ବର୍ଣ୍ଣ - କୁମୁଦ ଚନ୍ଦ୍ର ଦଳେଇ

ମୋ ଭରତ ମହାନ୍ - ବର୍ଣ୍ଣାନୁପ୍ରାସ - ସ୍ଵର ବର୍ଣ୍ଣ - କୁମୁଦ ଚନ୍ଦ୍ର ଦଳେଇ



ଅ - ଅତି ବଡ଼ ଏହି ଅଖଣ୍ଡ ଭରତ
ଅକ୍ଷତ ଯା କିର୍ତ୍ତୀ ଅଙ୍କେ ଅଙ୍କିତ
ଅଷ୍ଟ ବିଂଶ ରାଜ୍ଯ ଶତ କୋଟି ଜନ
ଅ ବିଖ୍ୟତ ରୂପେ ଅବସ୍ଥାପିତ
ଆ - ଆସ୍ତିକତା ଗୁଣ ଆଶୀର୍ବାଦେ ଭରା
ଆର୍ଯ୍ୟାବର୍ତ୍ତ ନାମେ ଖ୍ୟାତି ରହିଛି
ଆବାହମାନ ରୁ ଆଜି ଦିନ ଯାଏଁ
ଆଦର୍ଶ ବାଦ କୁ ଆଚରି ଅଛି
ଇ - ଇକ୍ଷାକୁ କୂଳୀ ଇଶ୍ୱର ବିଶ୍ଵାସୀ
ଇଛା ମୟ ଙ୍କର କରୁଣା ଲଭି
ଇନ୍ଦ୍ରପ୍ରସ୍ଥ ଗଢି ଇଶ ରାଜଧାନୀ
ଇତିହାସ ରଚିଛନ୍ତି ଯା କବି
ଉ - ଉତ୍ତର ଦିଶା ରେ ଉଷମିଷ୍ ସମ
ଉଭା ହିମାଳୟ ପର୍ବତ ବର
ଉରସେ ତଟିନୀ ଉଗ୍ର ଶେଖରା
ଉର୍ମି ମାଳା ଯାର ଧୁଏ ପୟର
ରୁ - ରୁଷି ଙ୍କ ବର୍ଣିତ ରୁକ୍ ବେଦ ଭାଷା
ରୁଚିକର ଲାଗେ ଶ୍ରବଣେ ସ୍ତୁତି
ରୁଦ୍ଧିମନ୍ତ କରେ ରୁଷି ବେଦ ମନ୍ତ୍ର
ରୁତୁ ରାଜ ଙ୍କର ସଦା ବସତି
ଏ - ଏତେ ବଡ ଦେଶ ଏକତା ରଜ୍ଜୁ ରେ
ଏକ ମନ ଏକ ପ୍ରାଣ ରେ ବାନ୍ଧି
ଏକାନ୍ନବର୍ତ୍ତୀ ପରିବାର ଗଢି
ଏକୋଦର ପ୍ରେମେ ହୁଅନ୍ତି ଛନ୍ଦି
ଐ - ଐତିହ ଯାହାର ଐଶ୍ଵର୍ଯ୍ୟ ଭରା
ଐକ୍ୟ ବଦ୍ଧ ତା ସଭିଙ୍କ ମନ
ଏହିକ ସାହିତ୍ୟ ଇଶ୍ୱରୀକ ଜ୍ଞାନେ
ଅଇର ହୁଅନ୍ତି ଏକ୍ ତାନ୍
ଓ - ଓମକାରା ଧ୍ୱନି ରେ ଓମକାର ସ୍ଵରୂପ
ଓହ୍ଲାଇ ଆସନ୍ତି ମାରତ ପୁର
ଓଢ଼ଣା ଫାଙ୍କ ରେ ଓଡ଼ିଆଣୀ ବୋହୂ
ଓଜ ରଖିଛନ୍ତି ଓଡ଼ିଆ ଙ୍କର
ଔ- ଔଘ ମଣ୍ଡିତ ଔଚେ ବିଖ୍ୟାତ୍
ଔରତ୍ ଯାହାର ଔଯସୀକ୍
ଔତ୍କଳୀୟ ଓ ଔଜୟନ ଙ୍କ
ଅଉତ୍କର୍ଷ ରହିଚି ଅଉପାଧିକ

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305

0 Comments