ମଉଳା ମନର ମୋହ - ସିଦ୍ଧେଶ୍ଵର ତ୍ରିପାଠୀ

ମଉଳା ମନର ମୋହ - ସିଦ୍ଧେଶ୍ଵର ତ୍ରିପାଠୀ


ଡ଼ହ ଡହ ଖରା ଜାଳେ ଯେବେ ଧରା
ମୁଁତ ଜଳେ ବିରହରେ
କା ଓଠ ଛୁଆଁରେ ତୁମେ ହସୁଥାଅ
ମୋ ଆଖିରୁ ଲୁହ ଝରେ ।

ଏ ବରଷା ଯେବେ ଝରେ ଝରଝର 
ଭିଜାଏ ତୁମରି ଦେହ
ବଦଳିଲା ପରେ ତୁମରି ଠିକଣା
ଶୁଖିଯାଏ ମୋର ମୁହଁ ।

ଶେଷରେ  ଶୀତରେ ମନେ ପଡ଼ିଯାଏ
ସେଇ ତୁମ ମିଠା ଗୀତ
ସାତପର କରି ଚାଲିଗଲ ତୁମେ
ଧରିନେଲ କାହା ହାତ ।

ତୁମେ ଗଲାପରେ ସବୁ ପରିବେଶ
ମୋତେ ବିଷ ବିଷ ଲାଗେ
ଦରପୋଡା ମନ ଏଭଙ୍ଗା ହୃଦୟ
ପ୍ରେମରୁ ଟିକିଏ ମାଗେ ।

0 Comments