OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମନେପଡ ଶାଶୁମା - ଉଷାରାଣୀ ଦାସ

ମନେପଡ ଶାଶୁମା - ଉଷାରାଣୀ ଦାସ



ହଜିଯାଇଥିବା ଅମୂଲ ରତନ
କେମିତି ଖୋଜି ପାଇବି
ତିରୋଧାନ ତିଥି ଦିଏ ଦୁଃଖ ଭରି
କେମିତି ମନୁ ଭୁଲିବି

ସେ ଦିନ ସେଘଡି ଆସିଲେ ସ୍ମରଣେ
ହୃଦମୋ ଯାଏ ଚହଲି
ଅନ୍ଧକାରଘୋଟି ଆସେ ମୋ ଆଖିରେ
ପରାଣ ଯାଏ ବାହାରି

ପହିଲି ଦେଖାରେ ଆଶିଷ ଅଜାଡି
ନେଇଥିଲ ମୋତେ କୋଳେଇ
ଆଖିପଲକରେ ଆପଣାର କଲ
ଆଜି ସବୁ ମନେ ପଡଇ

ତବ ମମତା ଭୁଲିକି ପାରିବି
ଶାଶୁ ନଥିଲ ମୋ ମାଆ
ସେନେହ ଶରଧା ପାଇଥିଲି ଏତେ
ଭୁଲି ମୁଁ ପାରୁନି ତାହା

କର୍ମମୟ ଜୀବନ ଦୁରେଇ ନେଲା
ଅନ୍ତର ଥିଲା ତୁମ ପାଖେ
ସବୁ ହାନିଲାଭ ସୁଖ ଦୁଃଖରେ
ସଦାଥିଲ ମୋ ସାଥେ

ତୁମ ଉପଦେଶ ମହତ ଚିନ୍ତନ
ଆଜି ସବୁ ମନେ ପଡୁଛି
ତୁମ ଦାନ ଧର୍ମ ସେବା ମନୋଭାବ
ମୋ ଆତ୍ମାକୁ ଶୁଦ୍ଧକରିଛି

ପବିତ୍ର ଆତ୍ମା ମହତ ପ୍ରାଣା
କରୁଛି ଶତ ନମନ
ତୁମ ସୁଖ ପାଇ ଧନ୍ୟ ଏ ଜୀବନ
ରହୁ ଯଶ ଅମଳିନ

ମର ଶରୀର ସିନା ଦେଇଛି ଦୁରେଇ
ଆତ୍ମା ସଦା ତୁମ ପାଖେ
କରୁଛି ମାଗୁଣି ଦିଅଏ ଆଶିଷ
କଣ୍ଟା ନପଡୁ ମୋ ପଥେ 

  ଉଷାରାଣୀ ଦାସ
ହତଭାଗ୍ୟ ପୁତ୍ରବଧୁ
କାଳିଦାସପୁର,ବାଲେଶ୍ବର


Sent from my Samsung Galaxy smartphone.

0 Comments