ମନେପଡ ବୀର - ଉଷାରାଣୀ ଦାସ

ମନେପଡ ବୀର - ଉଷାରାଣୀ ଦାସ



ଏମିତି ବୀର ଉତ୍କଳ କଟକେ
ଗର୍ବରେ ଉଠଇ ଶୀର
ଥରାଇ ଥିଲା ଫିରିଙ୍ଗି ଛାତି
ସପ୍ନର ସେ ସୈଦାଗର

ଗଢିଥିଲା ସେନା ପରବାସରେ
ଭାବିଲେ ଡୁବୁଛି ମତି
ଆଜାଦ ହିନ୍ଦଫଉଜ ଡାକଶୁଣି
କେହି ନ ପଶନ୍ତି କତି

ଦିଲ୍ଲୀଚୋଲୋର ନାରା ଆଜିବି
ବଢାଏ ହୃଦ ସ୍ପନ୍ଦନ
ସ୍ବାଧିନତା ତମେ ଲଭିବ ହେବବୀର
ରକ୍ତକର ମୋତେ ଦାନ

ସେ ଗୁରୁ ଗମ୍ଭିର ଦାମ୍ଭିକ ବାଣୀ
ଥରାଇ ଦେଉଛି ହିଆ
ଆଜିବି ଲାଗୁଛି ହିନ୍ଦଫଉଜ
ହୋଇଛି ଆଗରେ ଠିଆ ।

ରେଙ୍ଗୁନ ସେପାରୀ ଶୁଭି ଯାଉଛି
ଭାରି ବୁଟର ଶବ୍ଦ
ହେ ମହାନ ବୀର ତବ ଦମ୍ଭ ଆଗେ
ଜଗତସାରା ସ୍ତବଧ

କେତେ ଝଡଝଞ୍ଜା କେତେ ବିପତ୍ତି
ସହିଛି ଏହି ଛାତି
ନେତାଜୀ ଆମର ଅମର ରହେ
ଘରେ ଘରେ ଶୁଭୁଛି

କେଉଁ ଏକ ଦୁର୍ବଳ ମୂହୁର୍ତ୍ତେ
ଉଭାନ ହେଲହେ ନେତା
ଆଜିବି ଖୋଛୁଛି ସାରା ଜଗତ
ମିଳି ନାହିଁ ତବ ପତ୍ତା

ଉଡୁଛି ଆଜି ଫରଫର ନେତ
କହୁଛି କେତେ ସେ କଥା
ତାର ସୁବାଷ ହଜି ଯାଇନି ମନେ
ନଇଁ ଯାଇନି ତାର ମଥା ।

   ଉଷାରାଣୀ ଦାସ
କାଳିଦାସପୁର,ବାଲେଶ୍ବର

Sent from my Samsung Galaxy smartphone.

0 Comments