"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ମାନସୀ ରାଧିକା - କୁମୁଦ ଚନ୍ଦ୍ର ଦଳେଇ

ମାନସୀ ରାଧିକା - କୁମୁଦ ଚନ୍ଦ୍ର ଦଳେଇ



ରାଧିକା ବେଶରେ ସଜାଇ ହୋଇଛି
ମାନର ମାନସୀ ଆଜି
ରଜନୀ ଗାନ୍ଧାର ଗଜରା ନାଇଛି
ରୂପସୀ ରମଣୀ ସାଜି
ପୂର୍ଣ୍ଣ ଚନ୍ଦ୍ର ପରି ବଦନ ତାହାର
ଉକୁଟି ଉଠୁଚି ହସ
ଚାହାଣୀ ଇସାରା ଦେଇ କହୁଅଛି
ପାଖକୁ ଟିକିଏ ଆସ
ନାଲି ଓଠ ପରେ ଅନାମିକା ଚାପି
କହେ ଧୀରେ କଥା ହେବା
ନିରୋଳା ପ୍ରେମର ପ୍ରତୀକ ସ୍ଵରୂପ
ସୁଖ ଦୁଃଖ ବାଣ୍ଟି ନେବା
ତା ନୀଳ ଶାଢ଼ୀରେ ହସି ଉଠୁଥିଲେ
ନୀଳ ଆକାଶର ତାରା
ସରଗ ରାଇଜ ପରି ଟିଏ ପରି
ରୂପ ଲାବଣ୍ୟ ରେ ଭରା
ସେ ରୁଲ ମାଧୁରୀ ଦେଖିଲେ ଲାଗୁଚି
କେଡେ ଭାଗ୍ୟବାନ ମୁହିଁ
ଏ ଛାର ଜୀବନ ବାଜି ଲଗାଅନ୍ତି
ତୁମକୁ ପାଇବା ପାଇଁ
ରୂପରେ ଯେମିତି ଗୁଣରେ ସେମିତି
କଥାରେ ଝରୁଚି ମହୁ
ହତାଦର କେବେ କରିବନି ମୋତେ
ମୋ ଆଖିରୁ ଝରିବ ଲହୁ

କୁମୁଦ ଚନ୍ଦ୍ର ଦଳେଇ,
Polasara , ଗଞ୍ଜାମ
ମୋ 9861889305

0 Comments