ମହକିତ କରେ ଧରା - କୁମୁଦ ଚନ୍ଦ୍ର ଦଲେଇ

ମହକିତ କରେ ଧରା - କୁମୁଦ ଚନ୍ଦ୍ର ଦଲେଇ



     ଜ୍ଞନର ପ୍ରସାର, ଜ୍ଞାନର ପ୍ରଚାର,
                                ଜ୍ଞାନ ଶରଞ୍ଚନା ପାଇଁ
      ବଣ ମଲ୍ଲି ଧରି ସୁଧାର ଅଞ୍ଜଳି
                              ଫୁଟି ବାସ ମହକଇ.. I
      ବୃନ୍ତରୁ ପାଖୁଡା ନାନା ରଙ୍ଗେ ଭରା
                                କବି ଲେଖକ ଙ୍କ କୃତୀ
       ଶିକ୍ଷା ସଂସ୍କୃତି ଓ ଭାଷା ସମୃଦ୍ଧିର
                                 ବାର୍ତ୍ତା ବହ ମନ୍ତ୍ର ମୂର୍ତ୍ତୀ l
        ଉତ୍କଳ ଗୌରବ  ଉତ୍କଳ ସୌରଭ
                                 ଉତ୍କଳୀୟ ଭାବ ଧାରା
       ନିତ୍ୟ ନୈତିକ ର ପ୍ରାକୃତିକ ଶୋଭା
                                  ଅରୁପ ବେଶ ପସରା..
  ଧି.. ତମ୍.. ତମ୍ ମର୍ଦଳ ର ତାଳେ
                                 ଛାନ୍ଦ ରାଗ ଓ ରାଗିଣୀ
       ରସ ରଙ୍ଗେ ଭରା ଗଳ୍ପ ଉପନ୍ୟାସ
                                  ସମଲ ପୁରୀଆ ନନୀ
       ଉତ୍କଳ ର ପଲ୍ଲୀ ପ୍ରାଣର ମହକ
                               ସାଂସ୍କୃତିକ ପରମ୍ପରା
       ଉଜ୍ଜିବିତ କରି ବାଣ୍ଟୁ ଥାଏ ନିତି
                               ମହକିତ କରି ଧରା.. I
ଦୂରଭାଷ ବାର୍ତ୍ତା, ଗଳ୍ପ ଓ କବିତା
ପ୍ରତିଭା ର ପରିଚୟ
ଓଡ଼ିଆ ଙ୍କ ଦୀପ୍ତି, ଓଡ଼ିଆ ସଂସ୍କୃତି
କରି ଅଛି ବିଶ୍ୱ ମୟ
       ରହି ରହିଥିବା ଜ୍ଞାନ ଦ୍ରୁମସାଜି
                               ପିଢ଼ି ପରେ ପିଢ଼ି କାଳ
         ଧନ୍ଯ ସେ କର୍ମଠ କର୍ତ୍ତବ୍ଯ ନିଷ୍ଠା ରେ
                          ଜୀବନ୍ୟାଶେ ପେଷି ବଳ.. I

        କୁମୁଦ ଚନ୍ଦ୍ର ଦଳେଇ
        ଠିକଣା - ପୋଲସରା ଗଞ୍ଜାମ୍
        ମୋ 9861889305

0 Comments