କ୍ଷୁଦ୍ରଗଳ୍ପ - କୋଠୀ - ପ୍ରତାପ ନାୟକ

କ୍ଷୁଦ୍ରଗଳ୍ପ - କୋଠୀ - ପ୍ରତାପ ନାୟକ


            ଆବରଣ ହୀନ ଅାନ୍ତରିକତା ଅନାବରଣ ହେଇସାରିଥିବା ଅନ୍ତରଙ୍ଗତାର ଖସଡା ପ୍ରସ୍ତୁତ କରୁଥିଲା ହରି।ସମ୍ଭୋଗର ଇତିବୃତ ଏତେ ମାରାତ୍ମକ ଏତେ ଜ୍ୱଳନଶୀଳ ହୁଏତ ଆଗରୁ ଯାଣିଥିଲେ ସେ କେବେବି ସାହାସ କରିପାରିନଥାନ୍ତା ଏ ନିଆଁଝୁଲରେ ଝୁଲିବାକୁ।ଅତିଶୟ ଭାବନାର ଯେ ଅନ୍ତ ଏତେ ଶିଘ୍ର ଧୂମୀଳ ହେବ ତା ଚିନ୍ତାର ବାହାରେ ଅଜଣା ଥିଲା ତାକୁ ।
      
         ମୁହଁ ଘୋଡେଇ ବସିଥିବା କଲ୍ୟାଣୀର ନିରବତା ତାକୁ ଯେପରି ବିଦୃପ କରୁଥିଲା।

     ସାହାସ ସଞ୍ଚୟ କଲା ହରି,କହିଲା ଏବେ କଣ କରିବା?ଯାହା ତୁମେ ଚାହିଁବ ,ଯେପରି ଚାହିଁବ,ଯେତେବେଳେ ଚାହିଁବ ସବୁଥିରେ ମୁଁ ରାଜି।

      ତଥାପି ନିରବତା ଘୁରିବୁଲୁଥିଲା ଘର୍ଘର ନାଦରେ।କୂଳକିନାରା ପାଉନଥିଲା ହରି କିପରି ସମୟର ଆହ୍ୱାନକୁ ସମ୍ମୁଖୀନ ହେଇ ଅତିକ୍ରମିବ।

     ହରିଣି ସମ ଚଞ୍ଚଳ ଆଖି ଯୋଡିକ ଲୁହରେ ଡବଡବ।ଅଲରା କେଶ ଲମ୍ବିଛି ଛାତିବାଟ ଦେଇ ଚିରା ଲୁଗାର ନାଇ ପାଖକୁ।ଜକା ଅାଣ୍ଠୁ ସନ୍ଧିରେ କଳାକଳା ପାପ।ପେଟରେ ପେଟେ ଭୋକ ମରିଛି ହରିର।ଝାଳରେ ଜାକି ହେଇଯାଇଥିବା ଛାତି,ସମସ୍ତେ ଯେପରି ଯୋଡ ହାତରେ ହରିକୁ କାକୁତୀ ମିନତୀ ହେଉଛନ୍ତି , ବିବାହ ପୂର୍ବରୁ ଅନୂଢା କିଶୋରୀ , କିଶୋରୀ ହେଇ ଥାଉ।ଯବାନ ଛାତି ଗର୍ବକରୁ ।ହେଲେ କଣ କଲୁ ହରି??

     ଫେଡାଣ ପରର ଦୃଶ୍ୟ ଯେ କଣହେବ ତାକୁ କଣ ନାଟ୍ୟକାର ଯାଣିଛିକି?
ମତେ ବିବାହ କରିବ?
ହଁ .....
ପରିବାରକୁ ଛାଡି ପାରିବ?
ହଁ ....
ପିଲା ଛେଉଁଣ୍ଡ ହେବାର ସାହାସ ଅଛିକି?
ଯାହା ତୁମ ଇଚ୍ଛା......
ସ୍ୱାଧିନତା ଆଳରେ ମୋ ସ୍ୱେଚ୍ଛାଚାରିତାକୁ ପ୍ରଶୟ ଦେଇ ପାରିବ?
କହିଲିତ.....
ତେବେ ତୁମେ ଆସିପାର 
ଭବିଷ୍ୟତର ବିଚାର ପରେ.......

        ତଳକୁ ମୁହଁ କରି ଅପସରିଗଲା ହରି ।ଛାଡିଦେଲା ସିନା ଘଟଣାସ୍ଥଳ।ହେଲେ ପଛରେ ଗୋଡୋଉଥିଲା କଲାକର୍ମ।କେମିତି ସେ ଏତେ ତଳକୁ ଖସି ଯାଇପାରିଲା।କେମିତି ତା ମାନସିକତା ଏହାକୁ ସହଜରେ ଗ୍ରହଣ କରିପାରିଲା ।ଖ୍ୟଣିକ ଉତ୍ତେଜନା କେମିତି ବଦଳେଇ ଦେଲା ସୁନ୍ଦର ଭବିଷ୍ୟତକୁ।

   ଦି ମାସ ପରେ ଖବର ଆସିଲା ତୁମେ ସଂସାର କରିବାକୁ ଯୋଗ୍ୟ ନୁହଁ ହରି।
ମାନେ ଯିଏ ନିଜ ପୁରୁଷତ୍ୱକୁ ପ୍ରତିପାଦିତ କରିବା ପାଇଁ ନାରୀ ମନକୁ ବୁଝିପାରେନା !
ଯିଏ ନିଜ ସୁଖ ପାଇଁ ଅଭିଭାବକଙ୍କ ଅଜଣାତରେ ବିବାହ କରିବାକୁ ରାଜି ହୋଇପାରେ,ପରିବାର ଛାଡିବାକୁ  ଭୃଖେପ କରେନା ,ବାପ ନହେବାକୁ ରାଜି ହୋଇଯାଇ ଶେଷରେ ନିଜ ସ୍ତ୍ରୀର ସ୍ୱେଚ୍ଛାଚାରିତାକୁ ପ୍ରଶୟ ଦବାକୁ ଇଚ୍ଛା ପ୍ରକଟ କରେ ,ତା ସହିତ ପ୍ରେମ କରିହୁଏ ହରି ,ପ୍ରାର୍ଥିବ ପ୍ରେମ, ଦୈହିକ ପ୍ରେମ।ତାକୁ କଣ ନେଇ ଘର ସଂସାର କରିହୁଏ ହରି ?
ଅମାପ ଅମାପ ଭଲ ପାଇବାର ମୋହ ,ଭବିଷ୍ୟତକୁ ଅର୍ଥନୈତିକ ସ୍ୱାଧିନତା ଦେବାର ପ୍ରସଂଗିକତା ଭରପୁର ଥିଲେବି ମୁଁ ନାଚାର ହରି।ତୁମେ ଅନ୍ୟତ୍ର ବିବାହ କରିପାର।

      ତୁମେ ବଂଚ ତୁମ ଇଚ୍ଛାରେ ଆଉ ମୁଁ ବି ବଂଚିବି ,ମରିବିନି ମ।
ହେଲେ ତୁମ ସହ ଘରସଂସାର .....
ନା ନା ନା 
ହେଇପାର ଖୁସି ତୁମେ, କରିପାର ଘର ସଂସାର ଅନ୍ୟ କା ସହ,ହେଲେ ସାମାନ୍ୟ ଉନ୍ମାଦନାରେ କରିଥିବା ପାପ ବଂଚିବା ସରିବା ପର୍ଯ୍ୟନ୍ତ ଗୋଡୋଉଥିବ ନାଗସାପ ପରି ତୁମକୁ।ହୃଦୟ ତନ୍ତ୍ରୀ ବନ୍ଦ ହେଉଥିବ ନିଜ ପୁଅକୁ ଦେଖିଲେ, ଝିଅକୁଦେଖିଲେ ,ସ୍ତ୍ରୀର ସଧବା ବେଶକୁ ବି ଦେଖିଲେ।ମନେ ପଡିଯିବ ମୋ କଥା ,ସେତେବେଳେ  ଅଭିଆଡୀ କିଶୋରୀ ଥିଲି ଆଉ ଏବେବି ସେହି ଅଭିଆଡୀ କିନ୍ତୁ କିଶୋରୀ ସ୍ଥାନରେ ମୁଣ୍ଡେଇଛି ପକ୍ୱ କେଶରୁ କେରାଏ,କୋରଡରେ ପୁରେଇଛି ଆଖି ,ହାଡ କେଇଖଣ୍ଡରେ ପୋତିଛି ଶରୀର।ଭର୍ତ୍ତି କରିଛି ରୋଗ ଦେହ ସାରା ମନ ସାରା ହୃଦୟ ସାରା।
      
      ଏବେବି କୋଠୀରେ ଉଜାଗର ରହୁଛି  ରାତିସାରା କରିବାକୁ ରତୀ ,ତୁମରି ପରି ଆଉ କେଉଁ ନୂଆ ନୂଆ ଗରାଖ ସହିତ.....
ସୁଝୋଉଛି ରାଗ ନିଜ ଉପରେ 
ସୁନ୍ଦରୀର ସୁନ୍ଦରତାର ପାପ ଏମିତି ସଢୁଥାଉ ମୋ ଦେହରେ ଅାଉ ଭୋଗୁ ଥାଅ କଷ୍ଟ ଜୀବନସାରା ତୁମେ ତୁମ ଦେହରେ ହଁ ହଁ ତୁମେ ତୁମ ଦେହରେ.........
-----------------------------------------------------
Ambasouri, Balichandrapur, Jajpur 

0 Comments