ଶିଶୁଗଳ୍ପ - କାହାକୁ ଏମିତି ଭାବିବ ନାହିଁ - ସନ୍ତୋଷ କୁମାର ମହାନ୍ତି

ଶିଶୁଗଳ୍ପ - କାହାକୁ ଏମିତି ଭାବିବ ନାହିଁ - ସନ୍ତୋଷ କୁମାର ମହାନ୍ତି


ବିଦ୍ୟାଳୟ ଛୁଟି ଥାଏ  | ଇଦ ପର୍ବ ହୋଇଥାଏ | ଅଲିଭା ବାପାଙ୍କ ସହ କରଞ୍ଜିଆ ବୁଲି ବାହାରିଲା | ଯଶିପୁରରୁ କରଞ୍ଜିଆ ୩୦ କିଲୋମିଟର ବାଟ | ସେଠି ଅଲିଭା ଡ୍ରେସ କିଣିବ | କରଞ୍ଜିଆରେ ଗୋଟେ ପାର୍କ ଅଛି | ଅଲିଭା ବାପାଙ୍କ ସହ ବୁଲିବ | ତା ପରେ ଆଇସକ୍ରିମ ଖାଇବ | ଅଲିଭା ବାପାଙ୍କ ସହ ବୁଲିବାକୁ  ବାହାରିବା ଦେଖି ଆଲୋକ ବି ବାହାରିଲା | ଦୁହେଁ ବାପାଙ୍କ ଗାଡ଼ିରେ ବସି କରଞ୍ଜିଆ ଗଲେ | ବାଟରେ କଂକଡା ବୋଲି ଜାଗାଟିଏ ଅଛି | ସେଠି ସେମାନେ ଅଟକିଲେ | ସେଠି ଶିବ ଠାକୁର ପୂଜା ପାଉଛନ୍ତି | ସେମାନେ ଠାକୁରଙ୍କ ପାଖରେ ଭୋଗ ଲଗାଇଲେ | ସେଠି ପିଲାଂକ ପାଇଁ ଦୋଳି ଲାଗିଛି | ଅଲିଭା  ଓ ଆଲୋକ ସେଠି ଦୋଳି ଖେଳିଲେ | ତାପରେ ସେମାନେ କରଞ୍ଜିଆରେ ପହଁଚିଲେ | ଅଲିଭା ତାର ଫ୍ରକ କିଣିଲା | ଆଲୋକ ନିଜ ପାଇଁ ଜୋତା, ମୋଜା କିଣିଲା |

ଦୁହେଁ ଦହିବରା ଓ ଆଇସକ୍ରିମ ଖାଇଲେ | ଅଲିଭା ଗୋଟେ ରଂଗ ପେନସିଲ କିଣିବାକୁ ବାପାଙ୍କୁ କହିଲା | ବାପା ତା ପାଇଁ  ରଂଗ ପେନସିଲ ଓ ଆଲୋକ ପାଇଁ କଲମ କିଣିଦେଲେ | ସେଠୁ ସେମାନେ ଶାନ୍ତନୁ ଅଙ୍କଲ ଘରକୁ ଯିବାକୁ ବାହାରିଲେ | ଶାନ୍ତନୁ ଅଂକଲ ଘର କରଞ୍ଜିଆ ସହର ଠାରୁ ୧ କି.ମି ଦୂର ଦୂର ଥିଲା | ବାପା ଚୋଲଲାଟେ  ଓ ବିସ୍କୁଟ କିଣିଲେ | ଶାନ୍ତନୁ ଅଂକଲ ପିଲା ମାନଙ୍କ ପାଇଁ  ନେଲେ | ଆଗରୁ ଶାନ୍ତନୁ ଅଂକଲ ଯଶିପୁରରେ ରହୁଥିଲେ | ଅଲିଭା ଓ ଆଲୋକକୁ ସେ ବହୁତ ଭଲପାନ୍ତି | ସେମାନଂକୁ ଗପବହି ଆଣି ପଢିବାକୁ ଦିଅନ୍ତି |

ବାପା କରଞ୍ଜିଆଠାରୁ କିଛି ବାଟ ଗଲେ | ଶାନ୍ତନୁ ଅଂକଲ ଘରକୁ ଯିବାକୁ ଠିକରେ ବାଟ ପାଇଲେ ନାହିଁ | ଗାଡି ଅଟକାଇଲେ | ପାଖରେ ଜଣେ ବୁଢା ଲୋକ ଗାଈ ଚରାଉଥିଲେ | ତାଂକୁ ଶାନ୍ତନୁ ଅଂକଲ ଏବେ ରହୁଥିବା ଜାଗାର ରାସ୍ତା ପଚାରିଲେ | ବୁଢା ଜଣକ କିଛି ନ କହି  ଖାଲି ଅନେଇ ରହିଲେ | କିଛି ଉତ୍ତର ଦେଲେ ନାହିଁ | ବାପା ଭାବିଲେ ମଉସାଙ୍କୁ ବୋଧେ କିଛି ଠିକରେ ଶୁଭୁନି | ତେଣୁ ସେ ପକେଟରୁ ଏକ କାଗଜ କାଢ଼ିଲେ ସେଥିରେ ଶାନ୍ତନୁ ଅଂକଲ ଘର ଠିକଣା ଲେଖାଥିଲା  | ସେ ମଉସାଙ୍କୁ ଦେଖେଇଲେ | ମାଉସା କାଗଜଟି ପଢି ଶାନ୍ତନୁ ଅଂକଲ ଘରକୁ ବାଟ କହିଦେଲେ |

ବାପା ଆଲୋକ ଓ ଅଲିଭାଙ୍କୁ  ନେଇ ଶାନ୍ତନୁ ଅଂକଲ ଘର ଆଡେ ଚାଲିଲେ | ଆଲୋକ ବାପାଙ୍କୁ ପଚାରିଲା -ବାପା, ସେ ଲୋକଟାତ ଅପାଠୁଆ ଭଳି ଜଣ। ପଡୁଥିଲା | ସେ କେମିତି ଇଂଲିଶ ପଢି  ପାରିଲେ | ଚେହେରାରୁ ସେ ତ ପାଠ ପଢି ନ ଥିବା ଭଳି ଜଣ। ପଡ଼ୁନଥିଲେ | ଗାଈ ଚରେଇବା ଲୋକ ବି ଏଠି ଇଂଲିଶ ପଢି ଦେଉଛି | ଆଲୋକ କଥା ଶୁଣି ବାପା ହସିଲେ | କାହାକୁ ସେମିତି କେବେ ଭାବିବା ନାହିଁ | ଚେହେରାରୁ କାହାର  ପାଠ  ପଢା ଜଣ। ପଡ଼େନି | କିଏ କେତେ ଧନୀ ଆଉ ପଢ଼ୁଆ କାହା ଚେହେରାରୁ  ଜାଣିବା ନାହିଁ | ଲୋକ ଅଛନ୍ତି ବହୁତ ପଢ଼ିଥିବେ କିନ୍ତୁ ସେମାନେ ନିଜକୁ କେତେ ପଢ଼ିଛନ୍ତି କହି ହୁଅନ୍ତି ନାହିଁ | ଯିଏ ପ୍ରକୃତ ଭଲଲୋକ ତାର ପାଠ ପଢା ଓ ଧନ ସମ୍ପତ୍ତିକୁ ନେଇ ଗର୍ବ  ନଥାଏ | ତେଣୁ ଚେହେରାରୁ କାହାକୁ ବିଶ୍ବାସ କରିବା ନାହିଁ କି କାହାକୁ ଘୃଣା କରିବା ନାହିଁ  ବୋଲି ବାପା କହିଲେ |

ସମସ୍ତେ ଯାଇ ଶାନ୍ତନୁ ଅଂକଲ ଘରେ ପହଁଚିଗଲେ | ଅଂକଲ ଅଲିଭା ଓ ଆଲୋକକୁ ଦେଖି ବହୁତ ଖୁସି ହେଲେ | ଅଲିଭା ଶାନ୍ତନୁ ଅଂକଲଙ୍କ ଝିଅ ରୋଜା ଓ ଫିଜା ସହ ବହୁତ ଖେଳିଲା | ଆଲୋକ ଶାନ୍ତନୁ ଅଂକଲଙ୍କ ଫୁଲ ଓ ଫଳ ବଗିଚା ବୁଲି ବାପାଙ୍କ ସହ ଦେଖିଲା | ସମସ୍ତେ ମିଶି ଖାଇଲେ | ତା ପରେ ଆଲୋକ, ଅଲିଭା ବାପାଙ୍କ ସହ ଖୁସି ଗପ କରି ଯଶିପୁର ଫେରି ଆସିଲେ |

ସନ୍ତୋଷ କୁମାର ମହାନ୍ତି       
ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଚଳମାନ-୯୭୭୭୭୬୬୩୪୬ 

0 Comments