ହିସାବ କରିବା କାଳିଆ - ସନ୍ତୋଷ କୁମାର ମହାନ୍ତି

ହିସାବ କରିବା କାଳିଆ - ସନ୍ତୋଷ କୁମାର ମହାନ୍ତି


ଆପଣବି ତାକୁ ଭେଟିଥିବେ
ଶବ ବାହାକଙ୍କ ଗହଣରେ
ପଲ୍ଲୀସଭାରେ
ପରିଚିତ ଓ ଅପରିଚିତଙ୍କ
ରୋଗ ଶେଯରେ
ନହେଲେ କେବେ
ବସ୍ତିର ଲୋକଙ୍କ ଭିତରେ |
ସେ ଆଗକୁ ନେତା ହେବାକୁ
ଆଶା ରଖିନି
କାହାର ପାଦବି ଚାଟୁନି
ତା ନିଜର ଏରୁଣ୍ଡି ଡେଇଁଲେ
ଅନେକ ସମସ୍ୟା
ବାପାଟା ମଧୁମେହରେ ସଢୁଛି
ବୋଉ ପକ୍ଷାଘାତରେ ପଡିଛି
ଯଉତୁକ ଦେଇ ପାରୁନି ବୋଲି
ଅଲିଅଳି ଭଉଣୀର
ବୟସ ବଢୁଛି ||
ପାଠ ଦି ଅକ୍ଷର  ପଢିଥିବା
ସେହି ମଣିଷଟା
କାମଟିଏ ପାଉନି
ତଥାପି  ସେ ଭାଙ୍ଗିନି
ବାପା ଜେଜେ ଅମଳର
ଜମିରେ  ଖଟୁଛି
ଲୋକଙ୍କ ହସରେ
ସେ ଆନନ୍ଦ ପାଉଛି |
ସିଏ ସିନା ଦୁନିଆର ଦୁଃଖରେ
ଅହରହ ମରୁଛି
ତାକୁ ଏ ସମାଜ କଣ ଦେଉଛି
ତାର କିଏ ହିସାବ ରଖିଛି ?

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଚଳମାନ-୯୭୭୭୭୬୬୩୪୬ 

0 Comments