ହେ ସିନ୍ଧୁ.....
ତୁମ ଉତ୍ତାଳ ଯୌବନର ତରଙ୍ଗାୟିତ ଜୁଆର
ଛୁଏଁ ଯେବେ ପ୍ରିୟ ବେଳାକୁ
ଶାମୁକାଟା ଫୁଲିଉଠେ
ବାଲିକଣା ନାଚିଉଠେ 
ଗେହ୍ଲରେ ଠେଲିନିଏ ସିନା କିଛି ଦୂର
ପୁଣି ସରାଗରେ ହାତଧରି ଟାଣିନିଏ
ତା ରମ୍ୟ ସୁରମ୍ୟ ପ୍ରାସାଦକୁ॥
ହେ ସାଗର.....
ତୁମ ଶଯ୍ୟାଟା କେଡେ କଠିନ ଗଭୀର !
ପୋହଳାର ମାଳାପିନ୍ଧି
ସଜାଅ ନିଜକୁ ଯେବେ ଶାମୁକାର ମୁକ୍ତାରେ
ଆଖି ଲାଖିଯାଏ ତବ ରୂପ ଲାବଣ୍ୟରେ
ପ୍ରେମିକଟା ଝୁଲିଝୁଲି ଖୋଜୁଥାଏ ବସି
ରଚିବାକୁ ପ୍ରେମ ଇତିହାସ
ସେଇ ପାଲଟଣା ତରୀରେ
ଚାତକପ୍ରାୟ ବସି 
ଆଖିପୁରେଇ ବସିବାକୁ॥
ହେ ସମୁଦ୍ର......
ତୁମକୁ କ'ଣ କେବେ ଛୁଏଁନି ନିଦ୍ରାବତୀ
ଉଜାଗରେ ଗଣୁଥାଅ ଯେବେ ଜୁଆର ଭଟ୍ଟା
କହି କହି .......
ଏଇତ ଜୀବନର ଉତ୍ଥାନ ପତନ
ସ୍ପନ୍ଦନଟା ଢେଉପରି ଧକ୍ ଧକ୍
ଚାଲିଥାଏ ମନପବନ ଘୋଡାରେ
ଚଞ୍ଚଳ ଚପଳାପ୍ରାୟ
ହସି କାନ୍ଦି
ଆଗକୁ ଚାଲିବାକୁ ॥
ହେ ପାରାବାର....
କଳି ହେବ କି ତୁମ ବଡପଣ !
ସବୁ ନଦୀ ଉପନଦୀକୁ କର ନିମନ୍ତ୍ରଣ
ମଧୁର ଓ ଲବଣର ଅପୂର୍ବ ମିଳନ
କେବେ ବା ସୁନାମି ରୂପରେ
କହି କହି.....ଧି..ଇ...ରେ.
ଜୀବନ ସଦା ମଧୁମୟ ନୁହଁ
ଲବଣ ପରା ସ୍ୱାଦ ନିର୍ମାତା
କେତେ ଜୀବ ଚାଖନ୍ତି ସରାଗେ ରହି
ଦେଇ ରୂପାନ୍ତରିତ ଶିଳା
ତାକୁ ଅନ୍ତରରେ ମନ ରଖିବାକୁ॥
ସତରେ ସିନ୍ଧୁ....
ତୁମେ ପ୍ରେମିକ ପ୍ରେମିକାଙ୍କ ମୂକସାକ୍ଷୀ
ଗ୍ରୀଷ୍ମ ସନ୍ଧ୍ୟାରେ ତୁମପାଶେ ଯେବେ ଖାନ୍ତି ମୃଦ୍ୟୁ ସମୀରଣ
ଉପଭୋଗ କରୁଥାଅ ଦେଖି
ଲେଖ ମଧୁପ୍ରେମ ସ୍ମୃତି
ମୁଁ କିନ୍ତୁ ଭଲପାଏ ତୁମକୁ
ସେହିଦିନୁ.....
ଯେଉଁଦିନ ହେଲା ତୁମ ସହ ପହିଲି ଦେଖା
ହୃଦୟ ଆଙ୍କିଲା ତୁମ ଛବି
ଗୋଲାପି ଓଠରେ
ପ୍ରତିକ୍ଷଣେ ଛୁଇଁବାକୁ ତୁମ ଉନ୍ମୁକ୍ତ ବିସ୍ତାରିତ କେଶ
ଚିରଦିନ ପାଇବାକୁ ତୁମ ସାନ୍ନିଧ୍ୟ
ଆତ୍ମାରେ ମନେ ରଖିବାକୁ॥
⛳ *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*⛳