OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ହେ ଆତ୍ମନ - ନାରାୟଣ ଚନ୍ଦ୍ର ସେନାପତି

ହେ ଆତ୍ମନ - ନାରାୟଣ ଚନ୍ଦ୍ର ସେନାପତି

ବିଧାତାଙ୍କ ଜଟିଳ ନକ୍ସାରେ
ଏକ ରାଜମହଲ
ପ୍ରଜାପତିଙ୍କର ଆତିଥ୍ୟତା
ସତେ ଅବା ସଂପର୍କର ଉଦ୍ୟାନରେ
ପ୍ରସ୍ଫୁଟିତ ପାରିଜାତ...ରାକେଶ ଓ ମିତାଲି
କରନ୍ତୁ ପରସ୍ପରକୁ ଆକର୍ଷଣ 
ଫେବୃୟାରୀ ୨୩ର ମଧୁର ବେଳାରେ
ହେଉ.....
 ମହାନ୍ ଅାତ୍ମାଙ୍କ ମଧୁ ମିଳନ,
ସୁସଙ୍ଗତ ସଂସାର କରୁ ...ସ୍ୱାଗତ ଓ ଅଭିନନ୍ଦନ।
ପିତା ମାତାଙ୍କକର ଆଶାର ତାଜମହଲରେ...
ଆଙ୍କିବେ ଆତ୍ମ ସମ୍ମାନର ପଟ୍ଟଚିତ୍ର
ଦୁଇକୁଳର ହିତରେ ଉଡାଇବେ ଆତ୍ମୀୟତାର ମଶାଲ
ଦୁଇ ପରିବାରର ମମତାବୋଳା ସ୍ମୃତିରେ
ରଚିବେ ସପ୍ତାଶ୍ଚର୍ଯ୍ୟ କୋଣାର୍କ
ରଖିବେ ବଂଶର ମାନ ମର୍ଯ୍ୟାଦା
ଅତୁଟ ରଖିବେ ପିତା-ମାତା-ଗୁରୁ-ଗୁରୁଜନଙ୍କ ସମ୍ମାନ,
ସ୍ନେହର ସୂତାଖିଅରେ..
ସ୍ୱପ୍ନର ଆଦର୍ଶ ପରିବାର କରିବେ ନିର୍ମାଣ।
ହେ ଆତ୍ମନ..
ଯୋଗଜନ୍ମା ଯୋଗେଶଙ୍କ ପୁତ୍ରବଧୂ ଓ ନନ୍ଦନ
ପରମେଶ୍ୱରଙ୍କ ଅପାର କରୁଣାବାରିରେ
ସିକ୍ତହେଉ ତୁମ୍ଭ କୋମଳ ଜୀବନ
ପଲ୍ଲବିତ ହେଉ ଦାମ୍ପତ୍ୟ ଜୀବନ
ଇଷ୍ଟପ୍ରାଣେ ବ୍ରତୀହୋଇ
ସଦାଚାରେ ସଦା ହସ ଓ ହସାଅ
ପରିବାର, ସମାଜକୁ ଦିଅ ନୂତନ ଦିଗଦର୍ଶନ
ସଭିଙ୍କୁ ମମତାର ରଜ୍ଜୁରେ ବାନ୍ଧି
ଅବିଳମ୍ବେ ସ୍ୱର୍ଗର ଇନ୍ଦ୍ରଭୂବନ କରିବ ନିର୍ମାଣ।
    
  *ନାରାୟଣ ଚନ୍ଦ୍ର ସେନାପତି*
      *ଜମ୍ଭରା, କେନ୍ଦୁଝର*
    🎈🎈🎈🎈🎈🎈🎈

0 Comments