OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଗାଁ ବୁଢ଼ୀମା'ର ଶୀତ - ପ୍ରଶାନ୍ତ କୁମାର ନାଥ

ଗାଁ ବୁଢ଼ୀମା'ର ଶୀତ - ପ୍ରଶାନ୍ତ କୁମାର ନାଥ

   
ଶୀତ ଆସିଅଛି         ଗାଆଁକୁ ମୋହର
           ନୁଆଁଣିଆ ଚାଳଘରେ
ସକାଳ ହୋଇଲେ     ସେହି ଘରେ ବସି
           ବିଚରା ବୁଢୀଟା ଥରେ ।

ଥରି ଥରି ଚାଲେ     କେତେସେ କଷ୍ଟରେ
          ବଙ୍କୁଲୀ ବାଡିକୁ ଧରି
ଚୂଲିର ମୁଣ୍ଡରେ       ପିଉଅଛି    ବସି
          ନାଲିଆ ଚାହାକୁ କରି ।

ଧୂଆଁ ପରି ସତେ    ସକାଳ   କୁହୁଡି
          ଅଗଣାକୁ ତାର ଆସେ
କାକରର ଟୋପା    ଗଛର ପତ୍ରରୁ
         ଟିପ୍ ଟିପ୍ ହୋଇ ଖସେ ।

ସକାଳ ସୂର୍ଯ୍ୟର    ଗରମ ପରଶ
          ଟିକିଏ ପାଇବା ପାଇଁ
ଅଗଣାକୁ ଯାଇ     ବସୁଅଛି ସିଏ
         ପୂରୁବ ଦିଗକୁ ଚାହିଁ ।

ହାତ ଗୋଡ଼ ତାର   କାଲୁଆ ମାରୁଛି
         ବାଜିଲେ ଟିକିଏ ପାଣି
ସନ୍ଧ୍ୟା ହୋଇଗଲେ   ଘରେସେ ରହୁଛି
         ତାଟିର କବାଟ ଟାଣି ।

ନିଆ ପୁହୁଁ ଅଛି     କେବେ କେବେ ସିଏ
         ନିଜ ଅଗଣାରେ ବସି
ହଳଦୀ ରଙ୍ଗର      ମାଳ ମାଳ ଗେଣ୍ଡୁ
         ଦେଉଛି ସେଇଠି ହସି ।
           
ଖାଇ ପାରୁନାହିଁ    ଶାନ୍ତିରେ ଗଣ୍ଡାଏ
         ପାଟି ମରିଯାଏ ଖନୀ
ସତେକି ଯେମିତି   ଶୀତ ଆସି ତାକୁ
         କରୁଅଛି ହିନୀମାନି ।

ବାଡ଼ିରେ ଦେଖିକି      ଧାନେଇ ଲଙ୍କାକୁ
         ହେଉଅଛି ତାର ଲୋଭ
ହେଲେ ବାଜିଗଲେ    ପାଟିରେ ଟିକିଏ
         ଜଳି ଯାଉଅଛି ଜିଭ ।

ଛିଣ୍ଡା କମ୍ବଳରେ       ଦେହ ତା ଢ଼ାଙ୍କୁଛି
         ପୁରୁଣା ହେଁସରେ ଶୋଇ
ଶୀତ ଟା ଯେମିତି     ଆସିଛି ତାପାଇଁ
          ଯମର ଡାକରା ନେଇ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର
ମୋ - ୦୮୮୯୨୩୦୧୧୪୩

0 Comments