ଏଇଠି ଗୋଟେ ଝିଅ ଥିଲା - ସନ୍ତୋଷ କୁମାର ମହାନ୍ତି

ଏଇଠି ଗୋଟେ ଝିଅ ଥିଲା - ସନ୍ତୋଷ କୁମାର ମହାନ୍ତି



ଏଇଠି ଗୋଟେ ଝିଅ ଥିଲା
ସାଥି ମେଳରେ ବୁଲୁଥିଲା
ଧୂଳିବାଲିରେ ଖେଳୁଥିଲା
ପ୍ରଜାପତି ସେ ଧରୁଥିଲା
ମା ସାଥିରେ ଗାଁ ହାଟକୁ
ପରିବା ବିକି ନେଉଥିଲା ||
ବାପା ତାର ଲାଗେ ମୂଲ
ଘରେ କରେନି କଳିଗୋଳ
ଖୁସିରେ ସବୁ ଚାଲିଥିଲା
ଝିଅବି ସ୍କୁଲ ଯାଉଥିଲା
ମା ମନର ଯେତେ ଆଶା
ହୋଇଲା ସବୁ ନିରାଶା
ଝିଅଟା କୁଆଡେ ହଜିଗଲା
ଥାନାରେ ଏତଲା ଦିଆହେଲା ||
ଗାଁଠାରୁ କିଛି ଦୂର
ଝିଅର ଶବ ପଡ଼ିଥିଲା
ଦୁନିଆ ଦେଖିବା ଆଗରୁ
କୁନି ଝିଅଟି ହଜିଗଲା ||

ସନ୍ତୋଷ କୁମାର ମହାନ୍ତି.
ନବଜୀବନ ସମାଜ, ସଫା, କଟକ.-୭୫୪୦୧୨

ପରିଚୟ : ଶ୍ରୀ ମହାନ୍ତି ୧୯୯୬ ମସିହାରୁ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କରି ଆସୁଛନ୍ତି | ସେ ଶିଶୁ ସାହିତ୍ୟ, ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ଚଳଚଞ୍ଚଳ ଅଛନ୍ତି | ତାଙ୍କ ଦ୍ୱାରା ନବଧାରା ସାହିତ୍ୟ ପତ୍ରିକା ସମ୍ପାଦିତ ହେଉଛି | ଗ୍ରାମାଚଂଳରେ ଭାଷା, ସାହିତ୍ୟ, ପ୍ରତିଭା ବିକାଶ, ସାମାଜିକ ଉନୟନ କାମରେ ନବଜୀବନ ସମାଜ ସଂଗଠନ ଜରିଆରେ ସେ ନିଜକୁ ସକ୍ରିୟ ରଖିଛନ୍ତି |

0 Comments