OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଏ ତମେ କ'ଣ କଲ - ନାରାୟଣ ଚନ୍ଦ୍ର ସେନାପତି

ଏ ତମେ କ'ଣ କଲ - ନାରାୟଣ ଚନ୍ଦ୍ର ସେନାପତି


ଏ.... ତମେ କ'ଣ କଲ ?
ଅଧାଗଢା ଦେଉଳଟାକୁ....
ଅଧା କରି ଚାଲିଗଲ ???
ଭାବିଥିଲି ମନ୍ଦିର ଗଢା ସରିବ
ଦିଅ ଆସ୍ଥାନରେ ବସି....
ନିଶ୍ଚେ ପୂଜା ପାଇବ,,
କିନ୍ତୁ ଜାଣିଶୁଣି ଦୂରେଇଦେଲ ?
ମୁଁ ଆଶିଷ ନ ପାଏ ଚକ୍ରାନ୍ତରେ
ଜାଣିନ ବୋଲି ଅଭିନୟ କଲ ,
ତୁମର କି ମାୟା କେଜାଣି
 ତୁମ ଭାବନା ତ ମୁଁ ଏଯାଏ ବୁଝି ପାରିଲିନି,,
କାହିଁକି ଯନ୍ତ୍ରଣାରେ ଅଧାବାଟରେ 
ଲୁହରେ ଭିଜେଇ 
ଅନ୍ଧାର ଆକାଶରେ ହଜେଇଦେଲ ???
ଏ... ତମେ କ'ଣ କଲ ???
ସରାଗରେ ଗଢିଥିବା ପ୍ରେମ ବାୟାବସାକୁ
ଖିନ୍ ଭିନ୍ କରି ଛିଣ୍ଡେଇଦେଲ ?
ଶରଧାର ଥଣ୍ଟରେ ଆଣିଥିଲି ସେନେହର କାଠିକୁଟା
ମମତାର କାଠଖୁଣ୍ଟଟା ଉପରେ
ପ୍ରୀତିର ରୁଅବତା
ପ୍ରଣୟର କେରଟରେ ଭରସାର ଛଣକୁ
କେତେ ସରାଗରେ ବାନ୍ଧିଥିଲି...
ତାକୁ ବିଶ୍ୱାସଘାତକତାର ଝଡରେ
ନିମିଷକେ ଭାଙ୍ଗିଦେଲ ???
ଏ...ତମେ କ'ଣ କଲ ?
ଆଶାର ରକତରେ ..ଭରସାର ମାଉଁସରେ
ଗଢା ଏଇ ଭଲପାଇବାର ସୂକ୍ଷ୍ମ ଶରୀରରୁ
ପ୍ରାଣ ଟିକକ ଛଡେଇନେଲ ?
ମୋ ବିଶ୍ୱାସର ସ୍ପନ୍ଦନଟା ହାତଠାରି ଡାକୁଥିଲା ତୁମକୁ
ଅଭୀପ୍ସାର ସ୍ନାୟୁଗୁଡାକ ଖୋଜୁଥିଲା
ତୁମ ସଫଳତାର ଶୁଭ ସମ୍ବାଦ,
ହେଲେ ମୋତେ ବିଫଳତାର ବିଷ ଚଖେଇ..
ମୋ ଆତ୍ମାକୁ ଦିବ୍ୟାଙ୍ଗ ସଜେଇ,
ଏ ସମାଜର ନର୍ସିଂହୋମ୍ ରେ
କୋମାରେ ରଖି କ'ଣ ନ କଲ ???
ବାସ୍ ପରିଚିତ ବାହାନାରେ 
ମୋ ସରଳ ହୃଦୟଟାକୁ ଅଚିହ୍ନା କହି
ପରିଚୟ ଛଡାଇନେଇ..
ଅଧାବାଟରେ ଛାଡିଦେଇ   କେମିତି ଚାଲିଗଲ ???
 *ନାରାୟଣ ଚନ୍ଦ୍ର ସେନାପତି*
 *ଜମ୍ଭରା କେନ୍ଦୁଝର*

0 Comments