ଦୁଃଖ ମୋର ଅତି ନିଜର - ରୀତା ଅପରାଜିତା ମହାନ୍ତି

ଦୁଃଖ ମୋର ଅତି ନିଜର - ରୀତା ଅପରାଜିତା ମହାନ୍ତି


ଦୁଃଖ ମୋର ଅତି ନିଜର
ମୋ ପାଇଁ ପର କିଏ ?????
ପୁରୁଣା କଥା କିଏ ବା କାହିଁକି ମନେ ପକେଇବ
ଦୁଃଖ କଥା କୁ ବାରମ୍ବାର ମନେପକାଇବାକୁ
କାହାକୁ କଣ ଭଲ ଲାଗେ.....????
ସତରେ ତମେ ମନେପଡିଲେ 
ଝରଣା ଝର ଝରିଯାଏ ମୋ ମନ ଭିତରେ
ସେତେବେଳେ ମୁଁ ନିଜକୁ ନିଜେ ଚିହ୍ନିପାରେନା
କେବେ ତୁମେ ସତରେ ଆସନ୍ତ
ଦଲକାଏ ଥଣ୍ଡା  ପବନ ପରି
ମୋର ଏ ଗ୍ରୀଷ୍ମ ସମ ଜୀବନରେ
ଆଷାଢ଼ ର ପ୍ରଥମ ବାରିପାତରେ
ଶୀତଳ ହେଇଯାଏ ମୋର ସବୁ କିଛି
ମୁଁ ବି କିଛି ଖୋଜିବାରୁ ନିବୃତ୍ତ ହୁଅନ୍ତି
ମୁଁ ବି ଅହରହ ଘୁରିବାରୁ ମୁକ୍ତି ପାଆନ୍ତି-

ରୀତା ଅପରାଜିତା ମହାନ୍ତି
ପ୍ଲଟ ନ-୮୩(ସି)ଆମ୍ରପଲ୍ଲୀ
ଭୁବନେଶ୍ୱର -୨୧, ମୋ -୯୩୩୮୫୮୪୮୫୭

2 Comments

  1. ସୁନ୍ଦର ହେଇଛି କବିତାଟି।

    ReplyDelete
  2. ଭଲ କବିତା , ମନ ଛୁଆଁ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।