OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଦୁଃଖ ହର ହେ ହର - ଦିପ୍ତୀଲେଖା ମିଶ୍ର

ଦୁଃଖ ହର ହେ ହର - ଦିପ୍ତୀଲେଖା ମିଶ୍ର

ସଭିଙ୍କର ଦୁଃଖକୁ ହର ହେ ହର
ଆଜି ପରା ସୋମବାର
ଦୁର୍ଘଟଣା ଆଉ ନଗ୍ନତା ଦେଶରୁ
ଅତି ଶୀଘ୍ର ଦୂର କର ॥
ଧନୀ ଓ ଗରିବ ଉଭୟଙ୍କୁ ଆଜି
ଦିଅ ସଦଜ୍ଞାନ ଭୋଳାନାଥ
ସବୁରିଙ୍କୁ ତୁମ ଜାଗରରେ ଥରେ
ଦେଖାଅ ହେ ସତ୍ ପଥ ॥
ହୄଦୟରୁ ପ୍ରଭୂ ସରବେ ପୂଜନ୍ତୁ
ହରିବା ପାଈଁ ଯାତନା
ଦେଖାଣିଆ ଭାବ ଯିଏ ଦେଖାଈବ
ନ କର ହେ ବାଟବଣା ॥
ପଳାଶ ଫୁଲ ଓ ବେଲପତରରେ
ମଣ୍ଡି ହେବ ତୁମେ ହର
ଗାଧୋଈବ ଆଜି କ୍ଷୀର ସାଗରରେ
ବିପତ୍ତିରୂ ରକ୍ଷା କର ॥

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ

0 Comments