କ୍ଷୁଦ୍ରଗଳ୍ପ - ଦୁଇଟୋପା ଲୁହ - ପ୍ରତାପ ନାୟକ

କ୍ଷୁଦ୍ରଗଳ୍ପ - ଦୁଇଟୋପା ଲୁହ - ପ୍ରତାପ ନାୟକ

ଦିଗନ୍ତ ବିସ୍ତାରି ଦୂର ଦିଗବଳୟରେ ହଜିଯିବାକୁ ଇଚ୍ଛା ହେଉଥିଲା,ଏଇ ଯେମିତି ହଂସାରାଳିି ଯୋଡି ପଖ୍ୟଝାଡି ଉଡିଯାଉଛନ୍ତି ସୁନୀଳ ଗଗନେ । ମୁଁ କୁ ପଛରେ ପକେଇ ଆମେ ହେଇ ଚିନ୍ତା କରିବାର ଅପୂର୍ବ ଆନନ୍ଦରେ ଭରପୁର ଥିଲା ବବିତାର ମନ। ଅଜଣା ବର ଅଜଣା ଘର ଅଜଣା ବି ଦାଣ୍ଡ ଦୁଆର ,ତା ସହିତ ନୂଆ ବାପା ନୂଆ ବୋଉ ପୁଣି ନୂଆ ପରିଜନ।

ଅଜଣା ଆଉ ନୂଆର ସମିଶ୍ରଣରେ ଅମୃତର ଉନ୍ମାଦ ଅନୁଭବ କରୁଥିଲା ନିଜ ଭିତରେ ସେ ,ସଭିଙ୍କୁ ଆପଣେଇ ନବାର କଳାକୁ ଆୟତ କରୁଛି ନିଜେ ନିଜେ ନିଜ ଭିତରେ କେଇଟାଦିନ ହେଲା।

     ସେ ଚିହ୍ନିଲାଣି ବି ଅଳ୍ପ ବହୁତେ ଅନ୍ୟର ମିଞ୍ଜାସ।ହସ ଖୁସିରେ ଘରକାମ କରିନେବାର ଉତ୍ସାହ ଭରିଛି ରଂଗ ଅବୀର ତା ମନରେ ପ୍ରାଣରେ ହୃଦରେ।ବଡୀ ଭୋଓରୁ ସ୍ନାନ,ଚଉଁରାରେ ପାଣିଦିଅାଠାରୁ ଚା ଜଳଖିଆ ପର୍ବ ସରିବା ଉତ୍ତାରୁ ଈଏ ମାନେ ସୁବ୍ରତ ଚାଲିଗଲେଣି ନିଜ ବ୍ୟବସାୟରେ ,ଶ୍ୱଶୁର ମଧ୍ୟ ମୁଲିଆଙ୍କୁ ନେଇ ବିଲକୁ ଗଲେଣି।ଶାଶୁବି କହିକି ଗଲେ କଳମସାଗ କେରାଏ ଆଣିବାକୁ ପୋଖରି ହୁଡାକୁ...।

          ଏବେ ଏକା ଏକା ଖର୍ଚ୍ଚ କରିବାକୁ ହେବ ସମୟ  କେଇ ଘଣ୍ଟାର ନିରୋଳା ମୁହୁର୍ତ୍ତ।ଦେଖିଲା ........
     ହଂସରାଳି ଯୋଡି କାହିଁ କେଉଁଠି ହଜି ଗଲେଣି ଝରକା ସେପଟେ।ବଗିଚାରେ ମଧୁମାଳତି ପେନ୍ଥା ସତେକି ଝରଝର ହେଇ ଝରିପଡୁଛିକି?ଗେଣ୍ଡୁଫୁଲମାନେ ଉନ୍ମାଦ ହେଲେଣି ସଅଳ ବାହାରିଯିବେକି ଚିମୁଟା କଢଭିତରୁ?ଗଂଗଶିଉଳି ବିଛାଡି ହେଇ ପଡିଛି ଗଛମୂଳେ ଜ୍ଞାତିକୁଟୁମ୍ବକୁ ନେଇ....।ମାଈ ଶୀତ ଆଉ ରିମଝିମ କାକର ବୁନ୍ଦାରୁ ସତେକି ମୁକ୍ତିର ଅପେଖ୍ୟାକୁ ଘଟେଇଛନ୍ତି ଅନ୍ତ।

       ନଜର ପଡିଲା ବହିଥାକକୁ ବବିତାର ,ମନହେଲା ବାଣ୍ଟିନବ ନିରୋଳା ମୁହୁର୍ତ୍ତ ଏଇ ବହିମାନଙ୍କ ସହିତ ......
କିଛି ଖ୍ୟଣ ପାଇଁ ହଉ ପଛେ....

         ବହିଥାକରେ ବାପଘରୁ ବୋଉ ଦେଇଥିବା ବହିଗୁଡିକୁ ଦେଖିନେଲା ବବିତା,ମନେମନେ ହସିଲା ,ତା ବୋଉନା .....ଏମିତି ସବୁଦିନେ ଆଉଳି ବାଉଳି...ଅବଶ୍ୟ ବହି ପଢିବାର ଝୁଙ୍କ ତାର ପିଲାବେଳୁ,ଓଡିଆ ପ୍ରତି ତାର ଦୁର୍ବଳତା ଥିଲା ବୋଲି ବି. ଏ ର ଓଡିଆ ଅନର୍ସ ବହିଗୁଡିକ ବି ଦେଇ ଦେଇଛି ବୋଉ ତା ଶାଶୁ ଘରକୁ। 

ମା ମନ ସବୁଦିନେ ଏମିତି.......

    ଆଧୁନିକ ସାହିତ୍ୟର କ୍ରମ ବିବର୍ତ୍ତନ ବିଷୟରେ ଆଜି ପଢିବାକୁ କାହିଁକି ତାର ଭାରି ଇଚ୍ଛାହେଲା।ନିଜକୁ ସେ ଯେପରି ସଜେଇଛି ଝିଅରୁ ବୋହୁ ......ଝରଣାରୁ ନଦୀ......।ଅନେକ ବହି ଭିତରୁ ପାଇଲାବି .....

     ବହିପୃଷ୍ଟା ମଝିରୁ ନୀଳ ଲଫାପା,କାହିଁ ତା'ର ତ ମନେ ପଡୁନି ସେ କେବେ ନୀଳ ଲଫାପା ରଖିଥିଲା ବୋଲି...କୌତୁହଳ ବଢିଗଲା ଭିତରର ଅବୟବକୁ ପରଖି ନବାକୁ.....

       ଅରେ ଏ କଣ ? ଏ ଯେ ଏକଚାରି ଧାଡିଆ ପ୍ରେମ ପତ୍ର.....।ସିଏ ତ କେବେ କାହାକୁ ପ୍ରେମ ନିବେଦନ କରିନି,ଦେଇନି ହୃଦୟ କାହାକୁ,ଝୁରିନି ବି କାହାକୁ ରାତିଦିନ,କେବଳ ପ୍ରେମ ତାର ଅଂକୁରୋଦ୍ଗମ ହେଇଥିଲା ସେହି କଲେଜ ପଢିଲା ବେଳେ ,ଜଣକୁ ନେଇ,ସମୟର ତାଡନା .....ସାମାଜିକ ଲାଞ୍ଛନା....ପରିବାରର ସମ୍ମାନକୁ ମାଟିରେ ମିଶେଇବାକୁ ଦେଇନି ସେ.....ବରଂ ନିଜ ଏକ ତରଫା ଭଲ ପାଇବାକୁ ସବୁଦିନ ପାଇଁ ଛାତିରେ ଜାକି ଧରିଛି ସେ....କେବେ ତ ଗୋଡ ଖସେଇବାର ଭୁଲକୁ ଇତିକ୍ରମିନି ସେ...।

       ଅଖ୍ୟରରୁ ଯାଣିଗଲା ସେ ,ପ୍ରେରକ କିଏ ହେଇପାରନ୍ତି,ତା ସହ ପାଠୀ ..... 
ଯାହାକୁ ସେ କରୁଥିଲା ପ୍ରେମ ପୁଣି ଏକ ତରଫା ତା ନିଜ ଆଡୁ ....କିନ୍ତୁ ଏ କଣ ,ସେ ଯେ ମତେ ଭଲ ପାଉଥିଲା ଆଉ କହି ନପାରି ଶବ୍ଦ ତାର ରଖିଥିଲା ଏହି ନୀଳ ଲଫାପାରେ.......
              ସେହି ନୀଳ ଲଫାପା ଉଦ୍ଭାବନ ହେଲା ପୁଣି ତା ବୋହୁ ବେଶ ପରେ ଆଉ କା ଅଗଣାର ତୁଳସୀରେ  ପାଣି ଦେବାବେଳେ।
    ଦୁଇ ଟୋପା ଲୁହ ଲୁଚୋଉଥିଲା ନୀଳ ଚିଠିର ଅଖ୍ୟର ଗୁଡାକୁ,କା ଆସିବାର ଶବ୍ଦ ଶୁଭୁଥିଲା ।ସବୁ ଯେମିତି ଛାତି ଭିତରେ ସେମିତି ମୋଡିମାଡି ହୋଇ ରହିଗଲା ତା ଭିତରେ ସେହି ଦୁଇଟୋପା ଲୁହ ବି.....।

0 Comments