OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଧୂମପାନ ନିଷେଧ ଦିବସ - ଅନାମ ଚରଣ ସାହୁ

ଧୂମପାନ ନିଷେଧ ଦିବସ - ଅନାମ ଚରଣ ସାହୁ

ଧୂମପାନ ନ କରିବା
ସିଏ ବଡ ଜହର
ଜୀବନକୁ ହରିଥାଏ
ଦେଇ ନିଜ ମୋହର।
ସତୁରିରୁ ଏକ ଊଣା
କର୍କଟର କାରଣ
ଭାଇ ବନ୍ଧୁ ସହୋଦର
କର ଜାଣି ବାରଣ ।
ବିଡି ସିଗାରେଟ ନିଶା
ଥରେ ଯଦି ଧଇଲା
ଜାଣିରଖ ଜୀବନର
ସବୁ ସୁଖ ସଇଲା ।
ଆୟୁ ବଳ କରେ ହ୍ରାସ
ଅଟେ ମୃଦୁ ଜହର
ଦେଶେ ଦେଖ ମରଣର
ମାଡି ଆସେ ଲହର ।
ଛଅ ସେକେଣ୍ଡରେ ନିଏ
ଏକ ଏକ ଜୀବନ
ଶାନ୍ତିପ୍ରିୟ ଦେଶ ଏବେ
ଯମଦେବ ଭବନ ।
ହାତେ ହାତ ଛନ୍ଦି ଭାଇ
କର ଆଜି ଶପଥ
ଧୂମପାନ ନିଶା ଛାଡି
ବାଛି ନେବା ସୁପଥ ।

0 Comments