ଦେଖି ଯାଅ ଥରେ ଆସି - ସସ୍ମିତା ସାହୁ

ଦେଖି ଯାଅ ଥରେ ଆସି - ସସ୍ମିତା ସାହୁ

ହେ ବୀର ଭଗତ ଯେଉଁ ଦେଶ ପାଇଁ
ଫାସୀ ଖୁଂଟେ ଝୁଲିଗଲ,
ଆଜି ସେହି ଦେଶ ଅବସ୍ଥା କେମିତି ...
ଥରେ ଆସି ଦେଖି ଗଲ ? II
ଇଂଗ୍ରେଜ଼ ଏଠି ଶାସନ କରୁନି
କରୁଛି ଅରାଜକତା,
ନିରୀହ ଜନତା ପେଷି ହୋଇ ଯାଏ
ଲଗାମ ଧରିଛି ନେତା II
ବଡ ଲୋକ ଆଜି ନିର୍ଭୟରେ
ଅଭାବୀକୁ ଚାପି ଦିଏ,
ଲୋଭ ମୋହ ଆଉ ସ୍ୱାର୍ଥରେ ବନ୍ଧା
ଗରିବ ରକତ ପିଏ II
ନେତା ରାଜନେତା ରାଜଗାଦି ପାଇଁ
ଜନତାଙ୍କୁ ଠକୁଛନ୍ତି ,
ଦିନ ଅଧଟାରେ ସଭିଙ୍କ ଆଗରେ
ଦୁଃଖୀଙ୍କୁ ଯା ଲୁଟୁଛନ୍ତି II
ଟଙ୍କା କରି ଅଛି ସମସ୍ତଙ୍କୁ ବଙ୍କା
ଦେଶ ସେବା ଖାଲି ନାଁ ,
ନିଜ ଲୋକଙ୍କୁ ବି ଭକୁଆ ବନେଇ
ଭୁଲି ଲେଣି ବାପା ମା' II
ଶାସନ ନାଁ ରେ ଶୋଷଣ ଚାଲିଛି
ଵିରୋଧ କରିଲେ ମଲା ,
ଶାଲିସ ମାଲିଶ କରିଲେ ବଂଚିଲା
ନ ହେଲେ ପାଞ୍ଜିରୁ ଗଲା II
ପ୍ରାଣ ବଳି ଦେଇ ମାଡ ଗାଳି ଖାଇ
ଦେଶକୁ କଲ ସ୍ୱାଧୀନ ,
ସ୍ୱାଧୀନ ହୋଇ ବି ଚଳୁ ଆଜି ଆମେ
ହୋଇ ସିନା ପରାଧୀନ II
ଥରେ ଆସନ୍ତ କି ବୁଲିବାକୁ ତୁମେ
ଦେଖନ୍ତ ସୁନା ଭାରତ ,
ଫିରିଙ୍ଗି ଠାରୁ ବି ଅଧିକ ଖାଉଛୁ
ଗାଳି, ମାଡ ଆଉ ନIତ II
( ସସ୍ମିତା ସାହୁ , ନାଶିକ)

0 Comments