ଚାଲ ଯିବା ଶିବ ମନ୍ଦିର - ସସ୍ମିତା ସାହୁ

ଚାଲ ଯିବା ଶିବ ମନ୍ଦିର - ସସ୍ମିତା ସାହୁ

ଆସ ଲୋ ମିତଣି ଆସ ଲୋ ବଉଳ
ଯିବା ଚାଲ ଶିବ ମନ୍ଦିର,
ଶିବଙ୍କୁ ପୂଜିଲେ ଶିବଙ୍କୁ ଭଜିଲେ
ଶିବ ଯାଚି ଦେବେ ବର II
ଆଜି ସୋମବାର ମହାନ ଜାଗର
ଶିବଙ୍କର ବାହାଘର ,
ଗୁଆଘିଅ ଦୀପ ଜାଳିବା ମନ୍ଦିରେ
ହୋଇ ଆମେ ଉଜାଗର II
ଅରଖ ଗୟସ ଅବା ସେ ଦୁଦୁରI 
ଅବା ହେଉ କନିଅର,
ନାଗଚମ୍ପା କି ସେ ହେଉ  କାଠ ଚମ୍ପା
ସାଥେ ନେବା ଫୁଲ ହାର  II
ବେଲପତ୍ର ନେବା ତହିଁରେ ଲେଖିବା
ମନ୍ତ୍ର ଶିବ ପଞ୍ଚାକ୍ଷର ,
ତ୍ରିଶାଖା ପତର ପାଇ ଖୁସି ହେବେ
ଆଶିଷ ଦେବେ ଶଙ୍କର II
ଲିଙ୍ଗେ ପାଣି ଢାଳି କର୍ପୁରକୁ ଜାଳି
ଚନ୍ଦନ ତାଙ୍କୁ ମାଖିବା ,
ପଞ୍ଚାମୃତେ ତାଙ୍କୁ ଅଭିଷେକ କରି
ଭୋଗ ନୈବେଦ୍ୟ ଦେବା II
ଅକ୍ଷତ ରଖିବା ଶିବ ଲିଙ୍ଗ ପରେ
ବାସନା ଧୂପ ଜଳାଇ ,
ମୁଣ୍ଡିଆ ମାରିବା ଆଶୀର୍ବାଦ ନେବା
ଶିବ ନାମ ଗାଇ ଗାଇ II

ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର

0 Comments