OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବ୍ରଜଭାଇ ଜିନ୍ଦାବାଦ - ଶ୍ୟାମା କିଙ୍କର ମହାନ୍ତି

ବ୍ରଜଭାଇ ଜିନ୍ଦାବାଦ - ଶ୍ୟାମା କିଙ୍କର ମହାନ୍ତି

ବାଁ କଡେ ଦେଈ
ମଝିରେ ବାପା ଶୋଇଛି
ଡାହାଣକୁ ସିଏ ,
ଗୋଡ଼ତଳେ ଯିଏ ଅଛି
ସିଏ ତା ବୋଉ
ଆଉ ଜାଗା କାହିଁ ଯେ...
ସିଏ ତ ସବୁଦିନେ 
ସେଇଠି ହିଁ ଶୁଏ ।

ଷ୍ଟେସନ ଗଳିରେ ଯୋଉ
ସିଝା ଅଣ୍ଡା କେବିନ
ସେଇଟା ତା ବାପାର ,
ସେଇଥି ପାଇଁ ତ
ଅଣ୍ଡା ଖୋଳ ଜାଳି ଶୋଇଛନ୍ତି
କାମୁଡିବ...?
ଜୁ' ଅଛି ଏମିତି କୋଉ ମଶାର !

ଏଇଟା ଶୋଇବାଘର
ସେଇ ବି ରୋଷେଇଘର
କୋଉଠୁ ଆସିବ 
ବଇଠକଖାନା ,
ଟିଣ ଡବାରେ ପାଣି ଧରି
ବଡି ଭୋରରୁ 
ଯୋଉଠିକି ଯିବ ସିଏ
ସେ ସମଗ୍ର ଇଲାକା
ତାଙ୍କ ପାଇଖାନା ।

ହଁ...
ଚାଳ ଉପରେ ଲାଗିଥିବା 
ଡିସ ଆଣ୍ଟିନା କିନ୍ତୁ ତାଙ୍କର
ଘରେ ଗୋଟେ ଟିଭି ଅଛି
ଟିଭି ଦେଖି ଦେଈ 
ନାଚ ବି ଶିଖୁଛି ,
ତିନି ଖଣ୍ଡ ଭୋଟ ବଦଳରେ
ବ୍ରଜଭାଇ କାଉନସିଲର
ସେତକ ଦେଇଛି ।

   ^^^^^^^^^^^^^^^^^^^^^^^^

0 Comments