ଅନାଥର ଅଷ୍ଟମୀ - ନାରାୟଣ ଚନ୍ଦ୍ର ସେନାପତି

ଅନାଥର ଅଷ୍ଟମୀ - ନାରାୟଣ ଚନ୍ଦ୍ର ସେନାପତି


ନିଜ ସାଥିର ପିନ୍ଧା ବସ୍ତ୍ରକୁ ଦେଖି
ଆଜି କ'ଣ ବୋଲି ପ୍ରଶ୍ନ କରେ ଅନାଥ ଶିଶୁଟା
ଉତ୍ତର ପାଏ..
ଆରେ ବୁଦ୍ଧୁ,ଆଜି ପରା ପ୍ରଥମାଷ୍ଟମୀ
ମାମୁଁ ମାଇଁ ନୂଆବସ୍ତ୍ର ଧରି ଆଣି ପରୁଆଁ କରନ୍ତି ଭଣଜା ଭାଣିଜୀଙ୍କୁ
ଏତିକି ଜାଣିନୁ ?
ତୁ ପିନ୍ଧିବୁ ନାହିଁକି ???
ଦୁଃଖର ସୂର୍ଯ୍ୟରଶ୍ମିଗୁଡାକ ନିର୍ଘାତ ପ୍ରହାର କରନ୍ତି ତା ଆତ୍ମାକୁ
ବାରମ୍ବାର ତା ମନକୁ ଆସେ କେତେ ଅସମାହିତ ପ୍ରଶ୍ନ
ତା ଆଶାର ତାଜମହଲଟା ଶୂନଶାନ ହୋଇଯାଏ
ବାପା,ମା,ମାମୁଁ ମାଇଁ ତା ପାଇଁ ତ ସ୍ୱପ୍ନ
ଅଷ୍ଟମୀ,ପରୁହାଁ,ନବ ବସ୍ତ୍ର ତା ପାଇଁ ସତରେ ମରୀଚିକା
ନୀରବରେ ଭାବି ଭାବି ନିଜକୁ କରେ ବୋଧ ଦିଏ ଶୁଷ୍କ ଆଶ୍ୱାସନା
ସତରେ ମୋ ପାଇଁ କ'ଣ ଏସବୁ ନିଷ୍ପ୍ରଭ ମୂଲ୍ୟବୋଧ?
ଗମ୍ଭୀର ହୁଏ..
ଦୀର୍ଘଶ୍ୱାସ ପକାଏ...
ମୁରୁକି ହସି କହେ....
ସାଙ୍ଗ..ତୁ ସିନା ପାଳୁ ବରଷରେ ଏକମାତ୍ର ଅଷ୍ଟମୀ
ମୁଁ ପରା ପାଳେ ଦୁଇଥର
ମୋ ମାମୁଁ ମାଇଁ ନବ ବସ୍ତ୍ର ଧରି ଆସନ୍ତି ପରା
ଶିଶୁ ଦିବସରେ..ସ୍ୱାଧୀନତା ଦିବସରେ
ଚିହ୍ନିଛୁ ମୋ ମାମୁଁ..ମାଇଁକୁ ???
ସେମାନେ ପରା ଏ ରାଇଜର ସବୁଠୁ ବଡ ଲୋକ
ମୋର କେତେ ଯେ ପିତା ମାତା
ସେମାନେ ପରା ମୋ ଗୁରୁଜୀ ଗୁରୁମା
ବଡ ଉଲ୍ଲାସରେ ପାଳନ୍ତି ଅଷ୍ଟମୀ 
ଚହଟାଇ ସାରା ମୂଲକ
ତୁ ଜାଣିନାହୁଁ କି ??? 
ମନକୁ ବୋଧ କରି ସାନ୍ତ୍ୱନାମୂଳକ ଉତ୍ତରରେ ସାନ୍ତ୍ୱନା ଦେଇ
ଚାଲିଯାଏ ସିନା ଅନାଥ ଶିଶୁଟା
ହେଲେ ଲୁଚି ଲୁଚି ଧକେଇ କାନ୍ଦୁଥାଏ ବିଛଣାରେ ତା ମୁହଁ ପୋତି,
ହେ..ପ୍ରଥମାଷ୍ଟମୀ....
ତୁମେ କ'ଣ କେବଳ ଧନୀକର ଉଲ୍ଲାସର ପର୍ବ
ଆଉ ଅନାଥର ଅଅଁନ୍ତା ଶତ୍ରୁ
ଦୁଃଖର ବନ୍ୟାରେ ଭସାଅ ବିଚରାକୁ
ଅନ୍ତରେ ଦେଇ କୋହର ତରଙ୍ଗ,,
ଯଦି ବି ଆସ ଧରାକୁ
ସ୍ରଷ୍ଟାଠୁ ଆଣୁନ ସୂଚୀପତ୍ର..ସୂଚନା
କେମିତି କରିବ ସଭିଙ୍କୁ ସମତାର ପରୁଆଁ
ଜାଳି ପ୍ରେମ ଧୂପ  ଦେଇ ମମତା ଚନ୍ଦନ ବାନ୍ଧି ବନ୍ଧନର ମଧୁସୂତ୍ର,,,
ଅନାଥର ଅଷ୍ଟମୀ କ'ଣ ଏଇମିତି ଦୁଃଖ,ଲୁହବୋଳା ବେସାହାରା ମରୁବାଲିରେ....
ଏମିତି ପକ୍ଷପାତ କାହିଁକି  ?????

 *ନାରାୟଣ ଚନ୍ଦ୍ର ସେନାପତି*
     *ଜମ୍ଭରା,କେନ୍ଦୁଝର*

0 Comments