କ୍ଷୁଦ୍ରଗଳ୍ପ - ବସନ୍ତର ପ୍ରତିକ୍ଷାରେ - ନିବେଦିତା ମହାପାତ୍ର

କ୍ଷୁଦ୍ରଗଳ୍ପ - ବସନ୍ତର ପ୍ରତିକ୍ଷାରେ - ନିବେଦିତା ମହାପାତ୍ର

ଆରେ ତମେ ଏ ଯାଏଁ ଉଠିନ,୮ଟା ବାଜିଲାଣି ପରା।ନିଦ ମଳମଳ ଆଖିରେ କମଳ ଭିତରୁ ମୁହଁ କାଢିଲା ସଂଗୀତା।"ହଁ ଉଠୁଛି"କହି ଖଟ ଉପରେ ବସି ଅଳସ ଭାଙ୍ଗିଲା।ତା ପରେ ଟେବୁଲ ଉପରୁ ଚା କପ୍ ଟିକୁ ଧରି ବାଲ୍ କୋନିକୁ ଆସିଲା।ବାହାରର ସୌନ୍ଦର୍ଯ୍ୟ ଆଜି ତାକୁ ଅଲଗା ଅଲଗା ଲାଗିଲା।ହଠାତ୍ ଦଲକାଏ ପବନ ଆସି ତା କାନ ପଛର ଛୋଟ ଛୋଟ କେରାଏ ଚୁଟି ଉଡାଇ ଆଣି ତା ମୁହଁରେ ପକାଇଦେଲା।ଇତସ୍ତତ ହେଇ ପଡିଥିବା ଚୁଟିକୁ ସଜାଡୁ ସଜାଡୁ ସେ ଅନୁଭବ କରି ପାରୁଥିଲା ପବନର ଶୀତଳତାକୁ।
ଚା କପ୍ ରୁ ଗୋଟେ ଢୋକ ପିଉ ପିଉ ତା ଆଖିରେ ପଡିଲା ଲନ୍ ରେ ଥିବା କୃଷ୍ଣଚୂଡା ଗଛ ଉପରେ।ସେଥିରେ ଛୋଟ ଛୋଟ ଫୁଲ ଆସିଛି।ମନେ ମନେ ବହୁତ ଖୁସି ହେଇଗଲା ସଂଗୀତା।ଆର୍କମିଡିସ୍ ମୁକୁଟର ରହସ୍ୟ ଉନ୍ମୋଚନ କରିବା ପରେ ୟୁରେକା  ୟୁରେକା କହି ଦୌଡିବା ପରି ସଂଗୀତା ମଧ୍ୟ ଚା କପ୍ ଟିକୁ ଟେବୁଲ୍ ଉପରେ ଥୋଇ ଦେଇ ଖୁସି ମନରେ ଦୌଡିଲା ତଳକୁ।
ମା' ମା' ଦେଖ ବସନ୍ତ ଆସି ଯାଇଛି।ମଳୟ ପବନ ବହୁଛି,କୃଷ୍ଣଚୂଡା ଗଛରେ ଫୁଲ ବି ଫୁଟିଛି।ସେ....ସେ....ଏଥର ଆସିବେ ନା?କୁହ ନା ମା ମୋ ଅବିନାଶ ଆସିବେ ନା ଏଥର?ଆଖି ଛଳଛଳ ହେଇଗଲା ଶକୁନ୍ତଳା ଦେବୀଙ୍କର।କୁହ ନା ମା'।ହଁ ....ଆସିବେ।ସତରେ କଣ ଅବିନାଶ ଆସିବେ!
କେତେ ବସନ୍ତ ଅାସି ଚାଲିଗଲାଣି।ହେଲେ କାହିଁ ଅବିନାଶ ତ ଆସୁନାହାନ୍ତି।ପ୍ରକୃତରେ ଅବିନାଶ କିଏ?ସଂଗୀତା ତାଙ୍କ ବାଟକୁ ଏମିତି ଚାହିଁ ରହିଛି କଣ ପାଇଁ?
ଅବିନାଶ,ସଂଗୀତା ର ସାଙ୍ଗ।ନା ନା ଖାଲି ସାଙ୍ଗ ନୁହେଁ;ସେମାନେ ପରସ୍ପର ର ଜୀବନ ସାଥି ହେଇଥାନ୍ତେ।ହେଲେ ଭାଗ୍ୟର ବିଡମ୍ବନା ସେ ସ୍ବପ୍ନ ତାଙ୍କର ସଫଳ ହେଇପାରିଲାନି।ଅବିନାଶ ସଂଗୀତା କୁ ବହୁତ ଭଲ ପାଉଥିଲେ।କଥା ଦେଇଥିଲେ ବସନ୍ତ ଆସିଲେ ସେମାନଙ୍କର ବାହାଘର ହବ।ହେଲେ......
ଯୋଉଦିନ ସେମାନଙ୍କର ମନ୍ଦିରରେ ନିର୍ବନ୍ଧ ହେଇଥିଲା,ସେଦିନ ସମସ୍ତେ ବହୁତ ଖୁସି ଥିଲେ।ପୂଜା ପରେ ସେମାନେ ପରସ୍ପରକୁ ମୁଦି ପିନ୍ଧେଇ ସାରା ଜୀବନ ପାଇଁ ସାଥି ହବାର ସ୍ବପ୍ନକୁ ସାକାର କରିବା ପାଇଁ ପାଦ ବଢେଇଥିଲେ।ହେଲେ ସେଦିନ କାରରେ ସାଙ୍ଗ ହେଇ ଘରକୁ ଫେରିବା ସମୟରେ ସେମାନଙ୍କ କାର୍ ଦୁର୍ଘଟଣାର ଶିକାର ହେଲା।ତା ପରେ.....
ଅବିନାଶ ୪ ଦିନ କୋମାରେ ରହିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।ଆଉ ସଂଗୀତା ମୁଣ୍ତରେ ଆଘାତ ଲାଗିବା କାରଣରୁ ହରାଇ ବସିଥିଲେ ନିଜର ସ୍ମରଣ ଶକ୍ତି।ହେଲେ ସେ ଭୁଲି ପାରି ନଥିଲେ ଅବିନାଶଙ୍କୁ ଆଉ ତାଙ୍କ ଭଲପାଇବାକୁ।ଆଜି ବି ସେ ବସନ୍ତ ଆସିଲେ ଅପେକ୍ଷା କରନ୍ତି ଅବିନାଶଙ୍କ ଫେରିବା ବାଟକୁ। 

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର, ପୁରୀ

0 Comments