ହୋଲି - ଡମ୍ବରୁଧର ବାଗ

ହୋଲି - ଡମ୍ବରୁଧର ବାଗ



 ସାତ ରଙ୍ଗ ସମ ସାତ ଗୁଣ ଧରି
ଧାଇଁ ଆସୁଅଛି ହୋଲି ।
ଆସହେ ମକର ଆସ ହୋ ବଉଳ 
ହେବା ଆମେ ବୋଳା ବୋଳି ।
କିଏ ଜାଣେ କେବେ ଆସିବ ଜୀବନେ 
ଆର ବରଷକୁ ଥରେ ।
ସେତେ ବେଳେ ଯାଏଁ ରହି କି ପାରିବ 
ନ ଖେଳି କି ରଙ୍ଗ ଥରେ ।
ନେଇ ଆସିଅଛି ଏଇ ଫଗୁଣ ଯେ 
ଆମ ପାଇଁ ସାତ ରଙ୍ଗ ।
ସେହି ସାତ ରଙ୍ଗେ ଆମ ଜୀବନକୁ 
ରଙ୍ଗେଇ ଦେବାରେ ସାଙ୍ଗ।
ରଙ୍ଗ ହୀନ ଆମ ଜୀବନକୁ ଆଜି 
ଚାଲ କରିନେବା ଗାଢ ।
ରଙ୍ଗ ପୂର୍ଣ୍ଣ ଆମ ଜୀବନକୁ ଧରି 
ହୋଇଯିବା ଦିନେ ବଡ।
ହିରଣ୍ୟକଶିପୁର ଭଗିନୀ ହୋଲିକା 
ପାଇଥିଲା ଦିନେ ବର ।
ଜଳିବ ନାହିଁକି ପୋଡିବ ନାହିଁ ଯେ 
ଅଗ୍ନିରେ ବି ତା' ଶରୀର ।
ସେଥି ପାଇଁ ସିଏ ଧରି ପ୍ରହଲ୍ଲାଦ 
ଅଗ୍ନି ମଧ୍ଯେ ଝାସ ଦେଲା ।
ଭାବିଥିଲା ପ୍ରହଲ୍ଲାଦ ଯେ ମରିବ 
ହେଲେ ସିଏ ମରିଗଲା ।
ନିଜ ହିତ ପାଇଁ ପର ଚିନ୍ତା କରେ 
ଯିଏ ବି ମର୍ତ୍ତ୍ୟପୁରରେ ।
ଅବଶ୍ଯ ଭୋଗିବ କଷ୍ଟ ସିଏ ଜାଣ 
ଅବିଳମ୍ବେ ଜନମରେ ।
ହୋଲିକା ପରିକା ଯେତେକ ଦୁର୍ଗୁଣ 
ରହିଅଛି ଆମ ପାଶେ ।
ପୂର୍ଣ୍ଣିମା ଦିନରେ ଜାଳି ଦେଇଯାଅ 
ପବିତ୍ର ସେ ଅଗ୍ନି ଝାସେ ।
ତା ପର ଦିନରେ ସାତ ରଙ୍ଗ ଭଳି 
ସାତ ଗୁଣ ଦେହେ ବୋଳି ।
ସୁଖ ଶାନ୍ତି ରେ ପ୍ରତି ମୂହୁର୍ତ୍ତରେ 
ଏ ଜୀବନରେ ଯାଅ ଚଳି।
****** 
ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।

0 Comments