ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପୁଂଷ ଭାବନା - ଚୌପଦୀ - ବିଷ୍ଣୁ ପ୍ରସାଦ ମିଶ୍ର

ପୁଂଷ ଭାବନା - ଚୌପଦୀ - ବିଷ୍ଣୁ ପ୍ରସାଦ ମିଶ୍ର

(ରାଗ-ଆଶାବରୀ, ତାଳ - ଖେମଟା)

ଚପଳାଙ୍ଗୀ, ଇଙ୍ଗିତେ କି, ଭଙ୍ଗୀ ଭାବ ବୁଝିବ ରେ,
ବଇରି ତେଜି ମନରୁ, ମନ କଥା ବୁଝିବ ରେ (ଘୋଷା)

ବାଜି ଶର ମରମରେ, ମନ ଘାରେ ସରମରେ
ମାରଗଣୁ ସଞ୍ଚି ରାମା, କାମ ସଙ୍ଗେ ଯୁଝିବ ରେ.
ଚପଳାଙ୍ଗୀ, ଇଙ୍ଗିତେ କି - - - - - - - - - - - ୧.

ଜୀବନରେ ଥିବ ଯେବେ, ଯୁବା କୁ ପାଇବା ଦମ୍ଭେ,
ଦଶଶିର ପ୍ରୀୟ ଦେବ, ସେବା ବାଞ୍ଛି ପାଇବ ରେ.
ଚପଳାଙ୍ଗୀ, ଇଙ୍ଗିତେ କି - - - - - - - - - - - - ୨.

ସଞ୍ଚିତ କଲା ବିଧାତା, ଧରାରେ ଏ ବିଦ୍ୟୁ ଲତା,
ଲଭିଲେ ଜୀବନେ ବାମା, ବ୍ୟୋମ ସୁଖ ପାଞ୍ଚିବ ରେ.
ଚପଳାଙ୍ଗୀ, ଇଙ୍ଗିତେ କି - - - - - - - - - - - - ୩.

ପାଞ୍ଚି କହେ ଦୀନ ଦାସ, ନାଶିବ କି କାମ ତ୍ରାସ,
ତୋଷ ଭରେ ଏ କି ହୃଦେ, ସୁଧାବାରୀ ସିଞ୍ଚିବ ରେ.
ଚପଳାଙ୍ଗୀ, ଇଙ୍ଗିତେ କି - - - - - - - - - - - - ୪.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129

0 Comments