ଏ ମୋ ମନର ମାନସୀ - ନାରାୟଣ ଚନ୍ଦ୍ର ସେନାପତି

ଏ ମୋ ମନର ମାନସୀ - ନାରାୟଣ ଚନ୍ଦ୍ର ସେନାପତି

କିଏ ଗୋ ରୂପସୀ
ତୁମେ ମୋ ମନର ମାନସୀ
ଭିଜା ଭିଜା ଲାଲ୍ ଟୁକୁ ଟୁକୁ ଓଠରେ ଯେବେ ଦିଅନା ମୁରୁକି ହସି
ଆଖି ମୋର ଯାଏ ଖୋସି
ସରଗର ପାରିଜାତ ଅବା ଯାଏ ବରଷି
ବିଶ୍ୱାସ କର......
ତୁମ ରୂପ ଲାବଣ୍ୟ ପାଶେ
ଫିକା ପଡନ୍ତି ସରଗର ରମ୍ଭା ଓ ଉର୍ବଶୀ
ଆଉ ଜାଣିଛ.....
ଈର୍ଷାରେ ରକ୍ତ ଗୋଲାପଟା ମୋ ଉପରେ ଯାଏ ରୁଷି
ଏ...ତୁମେ ପରା ମୋ ମନର ମାନସୀ।
ତୁମ  ଲାଜୁଆ ଚୋରା ଚାହାଣୀର ଆକର୍ଷଣ
ମୋ ହୃଦୟେ ଉଠାଇଲା କମ୍ପନ
ଯେବେ ପୁଣି ହସିଦିଅ ସୁଢଳ ନୟନ ଉଠାଇ
ବୁକୁମୋର ଥରିଉଠେ
ସର୍ବାଙ୍ଗ ଶିହରଣେ ଝଡ ତୋଫାନ ଯାଏ ବର୍ଷି
ଭାବେ, ଦିଅନ୍ତି କି..
ତୁମ ସୁବର୍ଣ୍ଣ ସୁକୋମଳ ସୁଶ୍ରୀ ତନୁକୁ ଆଉଁସି
ଏ..ମୋ ମନର ମାନସୀ।
ତୁମ ରୂପାଥାଳି ପରି ମୁଖମଣ୍ଡଳ
ଦେଖି ଝଲସିଯାଏ ସପ୍ତର୍ଷି ମଣ୍ଧଳ
ଜହ୍ନ ବି ହାର୍ ମାନେ ତୁମ ରୂପ ଲାବଣ୍ୟରେ
କେବେ ବି ଭୟ ଆଶଙ୍କାର ବାଦଲରେ ନିଜକୁ ଲୁଚାଇଦିଏ
ଭାରି ଇଚ୍ଛା ହୁଏ....
ଦିଅନ୍ତିକି ତୁମ ଗାଲରେ ଏକ ଶକ୍ତ ମଧୁ ଚୁମ୍ବନ କଷି
ଆଉ ସପନର ଅଶାନ୍ତ ଶେଯରେ ମିଳନ୍ତି କି ଅହର୍ନିଶି
ମିଳନର ଅନ୍ତରାଳେ ଭୁଲିଯାନ୍ତି ପଛେ ସବୁକିଛି
ହେଲେ ଅପେକ୍ଷାର ବତୀ ଜାଳନ୍ତି ବସି 
ସତରେ ଗୋ, ତୁମ ଆସନ୍ନ.....ରେ
ସରଗ ସୁଷମା ସତେ ପଡନ୍ତା କି ଖସି
ଏ..ମୋ ମନର ମାନସୀ।
ପ୍ରତୀକ୍ଷାରେ ଅଛି ଗୋ.....
ହାସ୍ୟମୟୀ,ଲାସ୍ୟମୟୀ,ଲାବଣ୍ୟମୟୀ ପୁଷ୍ପିତା
ଭାବନାର ଅନ୍ତରାଳେ ବସି ତୁମ ମଧୁପାନ ଅପେକ୍ଷାରେ
ଧନ୍ୟ ସେ ଭାଗ୍ୟବାନ ପାଇଛି ତୁମକୁ
ଜାଣେନା ..ତୁମକୁ ମୁଁ ପାଇବି କି ନା...
ତଥାପି ଅଛି ମୋ ବିଶ୍ୱାସ
ତୁମେ ହେବ ମୋ ପ୍ରେମ ଅଗଣାର ପ୍ରଣୟ ତୁଳସୀ
ପ୍ରୀତିର କୁଞ୍ଜବନେ ସାଜି ମୋ ଗେହ୍ଲା ଅଳସୀ
ରସାଳ ସୁମନରେ ବସିବାକୁ ଡାକିବ..
ଏ ଆସ...ଆସନା..
ପ୍ରେମର ଉଆସରେ ମସଗୁଲ ହେବା
ତୁମେ ମୋ ରାଜା ମୁଁ ତୁମ ରାଣୀ
ହୋଇ ହସଖୁସି
ସରଗ,ମରତ୍ୟ,ପାତାଳ ଆନନ୍ଦ ବିଭୋରରେ
ଆଖିଦେବ ଖୋସି
ତୁମେ ମୋ ମନର ମାନସୀ।

*ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର*