ଅଭିମାନୀ ପ୍ରିୟା - ପୂର୍ଣ୍ଣଚନ୍ଦ୍ର ରଣା

ଅଭିମାନୀ ପ୍ରିୟା - ପୂର୍ଣ୍ଣଚନ୍ଦ୍ର ରଣା



ଅଭିମାନୀ ପ୍ରିୟା ମୋର
ସ୍ମିତ ଅଳ୍ପ ହସେ
ତା'ର ସେହି ହସ ଦେଖି
ଦରିଆରେ ଫୁଟିଯାଏ ପଦ୍ମ
ଆଉ ଝରଣାରୁ ବହୁଥିବା ପାଣି 
ହୋଇଯାଏ ନିରବ, 
ତାର ଆଖି ପଲକକୁ ଦେଖି 
ମଧୁମଖି ଭ୍ରମନ୍ତି ତା'ର ଚାରିପାଖେ
ଯେମିତି ପ୍ରିୟା ମୋର ମଧୁର ସନ୍ଧାନ
ମଧୁମଖି ମାନେ ପୁଣି ହୁଅନ୍ତି ବିଭୋର
ଆହାଃ ଏ କି ଚମତ୍କାର, 
ତା'ର ରାଜହଂସୀ ଚାଲିରେ
ଧରଣୀରେ ବହେ ମଳୟ ପବନ
ଶୁଖିଲା ତରୁ ମାନେ ହୁଅନ୍ତି ଶ୍ଯାମଳ l

ଅଭିମାନୀ ପ୍ରିୟା ମୋର
କରେ ଯେବେ ଲାଜ
ତା'ର ସେହି ଲାଜ ଦେଖି
କୋଟି ତରୁ ଲତା ଯାଆନ୍ତି ଝାଉଁଳି
ପାରିଜାତ ବିଜନ ବେଳାରୁ
ଝଡିପଡେ ଧରିତ୍ରୀର ବକ୍ଷେ 
ଅାମ୍ର ବନର ଶୁଖିଲା ପତର 
ଉଡିଯାନ୍ତି  କାହିଁ କେଉଁ ଦିଗନ୍ତକୁ
ନଥାଏ ଯାହାର ସନ୍ଧାନ, 
ମନ୍ଦ ମନ୍ଦ ସମୀରରେ 
ପ୍ରିୟାର କଳା ମଚ ମଚ କେଶ
ଦିଶାହୀନ ହୋଇ
ବୁଲନ୍ତି ପ୍ରିୟାର ବିଗ୍ରହ ଉପରେ l

ଅଭିମାନୀ ପ୍ରିୟା ମୋର
କରେ କେତେ ନୂଆ ପ୍ରଶ୍ନ
ତମେ କ'ଣ ମୋର ନୟନର ନିଦ ? 
କ'ଣ ତମେ ରାତ୍ରିର ସପନ ? 
ଉତ୍ତରର ପ୍ରଚେଷ୍ଟାରେ କରେ ସ୍ମିତ ହସ
କହେ ମୁହିଁ ତମ ନେତ୍ର ନିଦ
ମୁଁ ରାତ୍ରିର ସପନ, 
ତମେ ସଞ୍ଜିବନୀ ପର୍ବତର ବିଶଲ୍ଯକରଣୀ
ତମ ସ୍ପର୍ଶରେ ମର ହୁଏ ଜୀବନ୍ତ
ପାଏ ନବ ଜୀବନ
ଖେଳିଯାଏ ଆଲୋକର ସିହରଣ l


            ପୂର୍ଣ୍ଣଚନ୍ଦ୍ର ରଣା
          ହାଟସିଂହାପୁର, ଯାଜପୁର
          ମୋ. ୮୮୭୨୯୦୭୦୮୬

0 Comments