ପରିବର୍ତ୍ତନ ଗାଆଁ ଛବି - ତୃତୀୟ ଭାଗ - ଟୁକୁନା ସାହୁ

ପରିବର୍ତ୍ତନ ଗାଆଁ ଛବି - ତୃତୀୟ ଭାଗ - ଟୁକୁନା ସାହୁ



ଶୁଭୁନାହିଁ ଆଉ ବୁଢ଼ା ସଙ୍ଖାରିର 
ରୁଣୁଝୁଣୁ ଚୁଡି ସ୍ଵନ
ଦେଖିବାକୁ ଆଉ ମିଳୁନାହିଁ ଜମା
ନାଲିଚୁଡା କଳା ଧାନ ।୧
ଚତୁର୍ଥୀଭାରରେ ଯାଉନି ନଡ଼ିଆ
ସାକର ଫେଣା କଦଳୀ
ମିଳୁନାହିଁ ଆଉ ସର ପୁଳି ପିଠା
ସମୟ ଗଲା ବଦଳି । ୨
ଆସୁନାହିଁ ଚିଠି ବିଦେଶ ରାଇଜୁ
ବେତାରରେ କାମଚାଲେ
ଗାଆଁ ଚାଟଶାଳୀ ଯାଇଛି ବଦଳି
ନାହିଁ ବରଗଛ ମୂଳେ । ୩ 
ନାହିଁ ଛେନା ପଣା ତେଲି ତେଲ ଘଣା
ପଉଷରେ ପୋଡ଼ପିଠା
କୁମ୍ଭାର ଗଢୁନି ମାଟିର କଣ୍ଢେଇ
ଆଧାର ହେଲା ତା ପିତା । ୪
ଚକୁଳିଆ ପଣ୍ଡା ଗାଉନାହିଁ ଗୀତ
ନାଉଁ ତୁମ୍ବା ହାତେ ଧରି
ହଳୁଆ ଗୀତକୁ ଗାଉନି କୃଷକ
ଋଣ କଥା ଚିନ୍ତା କରି । ୫
ଟୁକୁନା ସାହୁ । ସାନ୍ତରା ପଲ୍ଲୀ । ଗଞ୍ଜାମ

0 Comments