ମାଆର ସବୁଠାରୁ ବଡ ଖୁସିର ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି

ମାଆର ସବୁଠାରୁ ବଡ ଖୁସିର ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି


ନାରୀଟିଏ..
କେତେ ବ୍ରତ ଉପବାସ କରି
ଦିଅଁ ଦେବତାଙ୍କୁ ପୂଜି
ଯେବେ ପାଏ ସନ୍ତାନଟିଏ
ଖୁସିର ଜୁଆର ଖେଳିଯାଏ
ତା ଆଶାର ସାଗରରେ॥
ସନ୍ତାନର ଜନନୀଟା
ଯେତେବେଳେ ଶୁଣେ ସନ୍ତନର ପ୍ରଶଂସା
ମନ କୁଣ୍ଢମୋଟ ହୋଇଯାଏ
ସବୁ ଦୁଃଖ ଭୂଲିଯାଏ
ମନରେ ଜଳିଉଠେ
ଆଶା ଭରସାର ସଫଳ ଦୀପଶିଖା॥
ଉତ୍କଣ୍ଠିତ ମାଆଟିଏ
କେବେ କେଉଁଠି ଯଦି ଶୁଣେ 
ଏଇ ସେ ସୁନାପିଲାର ମାଆ
ସନ୍ତାନ ପରିଚୟରେ ତା ପରିଚୟ
ମୁଗ୍ଧ ହୁଏ ତୃପ୍ତ ହୁଏ
ହୃଦୟଟା ଭରିଯାଏ ଉଲ୍ଲସିତ ଗର୍ବରେ
ଛାତିଟା ପ୍ରସାରିତ ହୁଏ ଅଦମ୍ୟ ଉନ୍ମାଦରେ॥
ଆଉ ବିଚାରୀ ମାଆଟା 
ଯେବେ ତାଳିମାରି ପ୍ରଚାର କରେ ଅଲିଅଳ ପୁଅର ବିବାହ
ବନ୍ଧନରେ ବାନ୍ଧିଦିଏ ତା ଧନକୁ
ଆନନ୍ଦାଶ୍ରୁ ବିଗଳିତ ହୁଏ
ମନେ ମନେ ଭାବେ ସେ ସଫଳ ବିଜୟୀ ସୈନିକ॥
ଆଉ ଯେବେ ଦରଦୀ ମାଆଟା
ଶରଧାରେ ପରଶେ ସବୁତକ ଖାଦ୍ୟ
ଖୁଆଏ ବଳାଇ ବଳାଇ ପାଖରେ ବସି
ତା ପାଇଁ ନ ରଖି ପୋଷେ ..
କହେ ମୁଁ ଖାଇଛିରେ ଧନ
ଜୀବନର ଶ୍ରେଷ୍ଠ ଖୁସିର ମୂହୂର୍ତ୍ତ ସେ ହିଁ ପାଏ
ଆଣ୍ଠୁମାଡି ପ୍ରଣାମ ଜଣାଏ...ଏ ସମାଜ
ବିଶ୍ୱ ତାକୁ ପୂଜା କରେ..କହି କହି
ହେ  ସର୍ବସ୍ୱ ତ୍ୟାଗୀ ମାଆ
ଧନ୍ୟ ତୋ ମାତୃତ୍ୱ..ଅନାବିଳ ପ୍ରେମ॥
*ନାରାୟଣ ସେନାପତି*
*କେନ୍ଦୁଝର*

0 Comments