ତୁମ ପ୍ରିତି ଚିହ୍ନ - ସୁଦର୍ଶନ ସାହୁ

ତୁମ ପ୍ରିତି ଚିହ୍ନ - ସୁଦର୍ଶନ ସାହୁ

ମନେପଡ଼େ ଆଜି ଗୋଲାପି ଓଠର
ଶୀତଳତା ଉଷ୍ମ ଛୁଆଁ
ତୁମ ଉଷ୍ମତାରେ ପାଗଳ କରାଇ
ଜଳାଇଲ ପ୍ରିତି ନିଆଁ ।।
ଛାତି ଭିତରଟା କୁହୁଳି କୁହୁଳି
ବାହାରୁଛି ଖାଲି ଧୂଆଁ
ତୁମ ସେ ଗୋଲାପି ଓଠର କିମିଆଁ
ମହୁହା ରସର ଗାଁ ।।
ଦେଖିଲି ତୁମକୁ ସ୍ୱପ୍ନର ଚାନ୍ଦରେ
ଚାହିଁଥିଲ ତୁମେ ମୋତେ
ମୁହିଁ ଭାସୁଥିଲି ଅଧର ରଙ୍ଗରେ
ପ୍ରିତି ପଥେ ଅବିରତେ ।।
ନୀଳ ସମୁଦ୍ରର ଢଳ ଢଳ ରୂପ
ତୁମ ଆଖି ସତେ ପ୍ରିୟା
ସେ ଆଖି କହିଲା ମୋ ପାଇଁ ତୁମେ ଗୋ
ଜାଳୁଥାଅ ପ୍ରେମ ଦିଆଁ ।।
ତୁମ ଓଠ ପ୍ରିୟା ଲାଜକୁଳି ଲଟା
ଛୁଇଁଦେଲେ ଲାଜେ ଯାଏ
ସେହି ଲଟାକୁ ମୋ ଓଠ ଖୋଜୁଥିଲା
ସକାଳରୁ ସଞ୍ଜ ଯାଏ ।।
ମନେପଡ଼େ ଭାରି ବର୍ଷା ରାତିର ସେ
ଓଠର ମଧୁର ଛୁଆଁ
ସେ ରାତିକ ପାଇଁ ସବୁ ରାତି ଭାରି
ହୋଇଲାଗେ ଚାଆଁ ଚାଆଁ ।।
ମନ ଅଙ୍ଗନରେ ସଦା ଥାଅ ତୁମେ
ସ୍ମୃତି ଫୁଲ ହୋଇ ଫୁଟି
ଅପେକ୍ଷା କରିବି ନୀତି ମୁଁ ତୁମର
ଚୁମ୍ବନର ପ୍ରିତି ଭେଟି ।।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ, ଯାଜପୁର

0 Comments