OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ବିଶ୍ୱ ରଙ୍ଗମଞ୍ଚ ଦିବସ - ଅନାମ ଚରଣ ସାହୁ

ବିଶ୍ୱ ରଙ୍ଗମଞ୍ଚ ଦିବସ - ଅନାମ ଚରଣ ସାହୁ

ବିଶ୍ବ ରଙ୍ଗମଞ୍ଚ ଦିବସ(ମାର୍ଚ୍ଚ -୨୭)
--------------------------------------
ଏ ସୁନ୍ଦର ବିଶ୍ବ ଏକ ରଙ୍ଗମଞ୍ଚ
ଆମେ ସବୁ କଳାକାର
ଅଭିନୟ ଏଠି ନିଶା ନୁହେଁ ପେଶା
ତଥାପି ମିଳଇ ହାର ।
ମହା ନାଟକର କିଏ ନିର୍ଦ୍ଦେଶକ
ଜାଣିବି ଅଜଣା ଆମେ
ସଂଳାପ କହିବା ଭୁଲ ହୋଇଯାଏ
ମୋହିନୀର ମାୟା ଭ୍ରମେ।
ପାର୍ଥିବ ଜିନିଷ ଦେଇଥାଏ ଦୁଃଖ
ଅପାର୍ଥିବ ଦିଏ ସୁଖ
ଜାଣିବା ପରେବି ପାର୍ଥିବ ପ୍ରେମର
ବଢିଚାଲେ ଆମ ଭୋକ ।
ଏ ମାୟା ମଞ୍ଚର ଯେତେ ଶେଷଦୃଶ୍ୟ
ନୟନେ ଭରେ ଲୋତକ
ରହିଯାଏ ଏଠି ଅଭିନୟ ଫଳ
ଜୀବନ ଶେଷ ସନ୍ତକ ।
----------------------------
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

0 Comments